ବଟିଆଦାୟ ଅଭିଯୋଗରେ ୩ ଗିରଫ : କରୋନା ସଂକଟ ସମୟରେ ଅପରାଧର ଅଭିନବ ପନ୍ଥା

0 240

ସମ୍ବଲପୁର: ଆସନ୍ତା ୩ ତାରିଖରୁ ବାହାରେ ଫସିଥିବା ଲୋକଙ୍କ ଫେରିବା ପାଇଁ ବାଟ ଖୋଲୁଛି ଏହି ସୁଯୋଗର ଫାଇଦା ନେଇ ଅପରାଧର ଅଭିନବ ପନ୍ଥା ମଧ୍ୟ କିଛି ଅପରାଧୀ ଖୋଜି ପାଇଛନ୍ତି । ଲକଡାଉନ ପରେ ରାଜ୍ୟ ବାହାରେ ଥିବା ଲୋକଙ୍କ ପାଇଁ ସରକାର ବିଭିନ୍ନ ସୁବିଧାର ଘୋଷଣା କରିଛନ୍ତି । ହେଲେ କିଛି ଲୋକେ ଧୈର୍ଯ୍ୟହରା ହୋଇପଡିଛନ୍ତି ଓ ସେମାନଙ୍କ ପାଇଁ ଏହିପରି ଅପରାଧ ଘଟୁଛି । ଏପରି ଏକ ଘଟଣା ସ୍ଥ୍‌ାନୀୟ ରେଢାଖୋଲ ବ୍ଲକ ଅନ୍ତର୍ଗତ ମୋଚିବାହାଲ ପଞ୍ଚାୟତର ଲଦଲଦା ଗାଁରେ ଦେଖିବାକୁ ମିଳିଛି । ସେଠାରେ ୩ଜଣ ଯୁବକ ନିରୀହ ଗାଁ ଲୋକଙ୍କ ଠାରୁ ଏହା କହି ବଟି ଆଦାୟ କରୁଥିଲେ ଯେ ସେମାନେ ବ୍ଲକ କାର୍ଯ୍ୟାଳୟରୁ ଆସିଛନ୍ତି ଓ ବାହାରୁ ଲୋକଙ୍କୁ ଆଣିବାପାଇଁ ଜଣପିଠା ୨ଶହ ଟଙ୍କା ଲାଗିବ । ଏହାଜାଣିବା ପରେ ସେଠାକାର ସରପଞ୍ଚ ସୁଶାନ୍ତ ପ୍ରଧାନ ଏନେଇ ବିଡିଓ ପରୀକ୍ଷିତ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଡିଓ ଶ୍ରୀ ସାହୁ ଚାରମାଳ ଥାନାରେ ଜଣାଇଥିଲେ । ଏବିଷୟରେ ପୋଲିସ ଅନୁସନ୍ଧାନ କରି ୩ଜଣ ଯୁବକଙ୍କୁ ଗିରଫକରି ସେମାନଙ୍କୁ କୋର୍ଟଚାଲାଣ କଲାପରେ ଜେଲ ପଠାଇଦିଆଯାଇଛି । ସେମାନେ ହେଲେ ଦିବ୍ୟ ସୁନା (୨୧), ଜୟଦେବ ବାଦୀ (୨୫) ଓ ସୟଦ ଖାନ ।

hiranchal ad1
Leave A Reply

Your email address will not be published.

twelve − eight =