ଫୁଲବାଣୀ ବ୍ଳକର ବିଭିନ୍ନ ଅଞ୍ଚଳରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ

0 218

ଫୁଲବାଣୀ: ସୋମବାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ମାର୍ଟ ହେଲଥ କାର୍ଡର କନ୍ଧମାଳ ଜିଲ୍ଲାରେ ଶୁଭ ଉଦଘାଟନ ପରେ ଜିଲ୍ଲାର ବିଭିନ୍ନ ବ୍ଳକର ପଂଚାୟତରେ ମନ୍ତ୍ରୀଙ୍କ ଜରିଆରେ ସ୍ମାର୍ଟ ହେଲଥ କାର୍ଡ ବଂଟନ କରାଯାଉଅଛି । ବୈଦ୍ୟୁତିକ ଓ ପ୍ରଯୁକ୍ତି ବିଦ୍ୟା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତ ବେହେରା ସୋମବାର ଦିନ ଫୁଲବାଣୀ ବ୍ଳକ ଅନ୍ତର୍ଗତ ୫ଗୋଟି ପଂଚାୟତ ଯଥା ଆଲାମୀ, ଗଞ୍ଜୁଗୁଡା, କେରେଡି, ଗୁମାଗଡ ଓ ମିଣିଆ ଗ୍ରାମ ପଂଚାୟତ ଗସ୍ତ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଂଟନ କରିଥିଲେ । ସେହିପରି ମଙ୍ଗଳବାର ଦିନ ଅନ୍ୟ ପଂଚାୟତଗୁଡିକ ଯଥା ଦୁଡ଼ିପାଜୁ, ଦଉକି, କଟିଙ୍ଗିଆ, ଦୁତୁକି ଓ ବିଶିପଡ଼ା ଗ୍ରାମ ପଂଚୟତକୁ ଗସ୍ତକରି ପ୍ରତ୍ୟେକ ଗ୍ରାମାପଂଚାୟତରେ ଉପସ୍ଥିତ ହିତାଧିକାରୀମାନଙ୍କୁ ହେଲଥ ସ୍ମାର୍ଟ କାର୍ଡର ଉପାଦେୟତା ସମ୍ପର୍କରେ ଆଲୋଚନା କରିବା ସହିତ କାର୍ଡ ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଂଟନ କରିଥିଲେ । ଫୁଲବାଣୀ ବ୍ଳକର ମୋଟ ୯୯୫୫ ଗୋଟି ସ୍ମାର୍ଟ କାର୍ଡରେ ମୋଟ ୧୮ ହଜାରୁ ଉଦ୍ଧ୍ୱର୍ ହିତାଧିକାରୀ ଲାଭବାନ ହେବେ । ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ମଞ୍ଜ ଦେବୀ କହଁର, ବ୍ଲକ ଉପାଧ୍ୟାକ୍ଷ ମାନସ ରଞ୍ଜନ ବିଶ୍ୱାଳ, ବିଡିଓ ଫୁଲବାଣୀ ଶାନ କୁମାର ନାୟକ, ଏବିଡିଓ ସନ୍ତୋଷ କୁମାର ଦିଗାଲ, କବିତା ରାଣୀ ବେହେରାଏମଆଇ ବିପିଏମ ସୁଶ୍ରୀ ସବିତା ସୁବୁଦ୍ଧିଙ୍କ ସମେତ ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ସଭ୍ୟ ସଭ୍ୟ, ୱାର୍ଡ ସଭ୍ୟ ସଭ୍ୟ ଏବଂ ଗ୍ରାମ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

fifteen + 8 =