ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ : ଆସନ୍ତାକାଲି ମହାଯଜ୍ଞର ପୂର୍ଣ୍ଣାହୁତି

0 73

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ନେଇ ସାମ୍ବାଦିକ ସମ୍ମିଳନୀ । ଆସନ୍ତାକାଲି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ସକାଳ ୯.୩୦ରେ ପୁରୀରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ୯.୪୫ ରେ ୧୦ଟାରେ ଶିଳା ବିଜେ, ସକାଳ ୧୦ ଟା ୧୫ ରୁ ୧୦.୩୦ ଶିଳା ସ୍ଥାପନ । ୧୦.୪୫ ରୁ ୧୧ ଟା ଭିତରେ ପୂର୍ଣ୍ଣାହୁତି ହେବ । ଏହି ଅବସରରେ ପରିକ୍ରମା ପ୍ରକଳ୍ପର ଅନାବରଣ କାର୍ଯ୍ୟ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୩ ଅତିରିକ୍ତ ଏସପି, ୧୦ ଡିଏସପି, ୪୦ ଇନ୍ସପେକ୍ଟର ଙ୍କ ସହ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ ଉପସ୍ଥିତ ରହିଥିଲେ । ତେବେ ଶ୍ରୀମନ୍ଦିର ଚାରି ପାଖରେ ଥିବା ବାସିନ୍ଦା ମାନେ କିଭଳି ଯାତାୟାତରେ ଅସୁବିଧା ନ ଭୋଗିବେ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ ଥିବା ପୁରୀ ଏସପି କହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ସତ୍ତେ୍ୱ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ହେବ ନାହିଁ । ଭକ୍ତ ଆସନ୍ତାକାଲି ସବୁଦିନେ ଭଳି ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରିବେ । ତେବେ ଉତ୍ତର ଦ୍ୱାର ପରିବର୍ତ୍ତେ ଶ୍ରୀମନ୍ଦିର ସିଂହ ଦ୍ୱାର ଦେଇ ଭକ୍ତ ମାନେ ପ୍ରସ୍ଥାନ କରିବେ । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ପରେ ପୂର୍ବ ବ୍ୟବସ୍ଥା ମୁତାବକ ଉତ୍ତର ଦ୍ୱାର ଦେଇ ଭକ୍ତ ପ୍ରତ୍ୟବର୍ତ୍ତନ କରିବେ । ବଡ଼ ଦାଣ୍ଡ ମେଡ଼ିକାଲ ଛକରୁ ଶ୍ରୀମନ୍ଦିର ଯାଏ ରାସ୍ତାର ଉଭୟ ପାର୍ଶ୍ୱରେ ବ୍ୟାରିକେଡ ଲଗାଯାଇଛି । ସକାଳୁ ଦିନ ୧୨ ଟା ଯାଏ ମେଡ଼ିକାଲ ଛକରୁ ଶ୍ରୀମନ୍ଦିର ଯାଏ ସମସ୍ତ ଦୋକାନ ବଜାର ବନ୍ଦ ରହିବ ।

hiranchal ad1
Leave A Reply

Your email address will not be published.

3 × 5 =