ବୌଦ୍ଧ,୨୪ା୧୧ : ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟ ବିବାହ ନିଷେଧ କାରିଣୀ ମିନତୀ ଦେଓ ବୌଦ୍ଧ, ଚାଇଲଡ଼ ଲାଇନ ସଂଯୋଜିକା ବବିନା ନାଏକ, କଲ୍ୟାଣି ଶତପଥି ସୁପରଭ ।ଇଜର,ବୌଦ୍ଧ, ମନମୁଣ୍ଡା ପୋଲିସ ଷ୍ଟେସନ, ହାବିଲଦାର କିଷାନ ଚନ୍ଦ୍ର ପାଣ୍ଡେ, କନେଷ୍ଟବଳ, ଉମେଶ ଚନ୍ଦ୍ର ଜ ।ନି, ଚାଇଲଡ଼ ଲ ।ଇନର କାଉନସେଲର ସୁଧାମୟୀ ରଥ, ସଦସ୍ୟ ହରପ୍ରସାଦ ତ୍ରିପାଠୀ, ପ୍ରେମଶିଳ । ପ୍ରଧାନ, ଅଙ୍ଗନୱାଡି ୱ ।ର୍କର(ବଗଡିଆ) ଏବଂ ସଞ୍ଜୁୁଲତା ଦଣ୍ଡସେନା ବଗଡିଆ, ରକ୍ସା, ଦହ୍ୟାକୁ ଯାଇ ବାଲ୍ୟ ବିବାହ ହେବାକୁ ଯାଉଥିବା କନ୍ୟାଟିକୁ ଓ ପିତାମାତାଙ୍କୁ ସଚେତନ କରିପାରିଛନ୍ତି । ଝିଅଟିର ନିର୍ବର୍ନ୍ଧ ସରିଥିଲା କିନ୍ତୁ ଯେଉଁ ପର୍ଯ୍ୟନ୍ତ ତାକୁ ୧୮ ବର୍ଷ ନପୁରିଛି ସେପର୍ଯ୍ୟନ୍ତ ବିବାହ କରାଇପାରିବେ ନାହିଁ ବୋଲି ପିତାମାତାଙ୍କ ଠାରୁ ଏକ ଚୁକ୍ତିନାମା ପତ୍ର ଏହି ଟିମ୍ ଆଣିଛି । ଯଦି ଏଥିରେ ବିଚ୍ୟୁତ ହେବେ ତେବେ ଆଇନ ଅନୁଯାୟୀ ଦଣ୍ଡନୀୟ ହେବେ ବୋଲି ସେହି ପତ୍ରରେ ମଧ୍ୟ ଉଲ୍ଲେଖ କରାଯାଇଛି ।