ବିଚାରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା

0 183

ନବରଙ୍ଗପୁର ,୨୮/୧୧- ଅତିରିକ୍ତ ଜିଲ୍ଲା ଜଜ୍‌ ଶ୍ରୀ ପ୍ରଣୟ କୁମାର ଦାସଙ୍କୁ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀ ଦାସ ନବରଙ୍ଗପୁରର ଅତିରିକ୍ତ ଜିଲ୍ଲା ଜଜ୍‌ ଭାବେ ଓ ପରବର୍ତ୍ତୀ ସମୟରେ ଶିଶୁ ଯୌନ ଅପରାଧ ସୁରକ୍ଷା ଅଦାଲତର ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ନବରଙ୍ଗପୁର ଜିଲ୍ଲାର ସମସ୍ତ ଆଇନଜୀବୀ ସବୁବେଳେ ମୋ ମନରେ ରହିବେ ବୋଲି ଶ୍ରୀ ଦାସ କହିଥିଲେ । ତାଙ୍କ ଭୁବନେଶ୍ୱର ବଦଳି ହୋଇଥିବା ଯୋଗୁଁ ଶୁଭେଛା ଓ ଶୁଭକାମନା ଜଣାଇବା ପାଇଁ ସଂଘ ସଭାପତି ଆଶିଷ ରଂଜନ ପଟ୍ଟନାୟକ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପ-ସଭାପତି ପ୍ରତାପ ପଣ୍ଡା, କୋଷାଧ୍ୟକ୍ଷ ବିଧୁ ଶେଖର ତ୍ରିପାଠୀ, କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ସାହୁ, ଗୋପାଳ ଶତପଥୀ, ଏ. ସତୀଶ, ସରକାରୀ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଆଇନଜୀବୀ କିଶୋର ପଟ୍ଟନାୟକ, ସୁରଜ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

3 × four =