ଦଶପଲ୍ଲା ପଶ୍ଚିମାଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ହେଲେ ସମାଜସେବୀ ଶ୍ରୀ ହରି ନାୟକ

0 409

ଦଶପଲ୍ଲା,୨୮/୧୧: – ଦଶପଲ୍ଲା ବ୍ଲକ୍‌ର ଅନୁନ୍ନତ ଆଦିବାସୀ ହରିଜନ ବହୁଳ, ଦଶପଲ୍ଲା ପଶ୍ଚିମାଞ୍ଚଳ ଭାବରେ ପରିଚିତ, ଚଢେୟାପଲ୍ଲୀ, କଳସାଖମଣ, ନୂଆଗାଁ ଓ କୁଜାମଣ୍ଡି ଅଂଚଳର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି ସମାଜସେବୀ ଶ୍ରୀହରି ନାୟକ । ଗତକାଲି ଦଶପଲ୍ଲାର ଏହି ବଣ ପାହାଡ ଘେରା ଦୁର୍ଗମ ଅଂଚଳ ଗସ୍ତ କରିବା ଅବସରରେ, କଳସାଖମଣ ତ୍ରିନାଥ ବଜାର ପୂଜା କମିଟିର, ପ୍ରଥମାଷ୍ଟମୀ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେବା ଅବସରରେ ଶ୍ରୀ ନାୟକଙ୍କୁ କମିଟି ତରଫରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ଅବସରରେ ଶ୍ରୀ ନାୟକ କହିଛନ୍ତି ଯେ,ଦେଶ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ କରୁଥିବାବେଳେ, ଆଜିବି ଦଶପଲ୍ଲାର ଏହି ପଶ୍ଚିମାଞ୍ଚଳରେ ବିକାଶର ସୂର୍ଯ୍ୟ ଉଦୟ ହେଲାଭଳି ମନେ ହେଉନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଯୋଗାଯୋଗ କ୍ଷେତ୍ରରେ ଏହି ଅଂଚଳ ଆଜିବି ବହୁତ୍‌ ପଛରେ । ମଞ୍ଚ଼ ଉପରେ ଅତ୍ୟନ୍ତ ଭାବବିହ୍ୱଳ ଭାବରେ ଶ୍ରୀ ନାୟକ କହିଥିଲେ ଯେ, ମୁଁ ଜଣେ ରାଜନୈତିକ ବ୍ୟକ୍ତି ହୋଇନଥିଲେ ମଧ୍ୟ , ମୁଁ ଆଜି ଏହି ଅଂଚଳବାସୀଙ୍କ ଆଗରେ ମା ସୁନାପ୍ରତିମାଙ୍କ ନାମରେ ଶପଥକରି ପ୍ରତିଶୃତିବଦ୍ଧ ହେଉଛି ଯେ ,ଅବହେଳିତ ଭାବରେ ଥିବା ମା ସୁନାପ୍ରତିମାଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ କରିବା ସଙ୍ଗେସଙ୍ଗେ ଏହି ଅଂଚଳରେ ଏକ ଜିଓ ଟାୱାର ଖୁବ୍‌ କମ୍‌ ଦିନ ମଧ୍ୟରେ କାର୍ଯ୍ୟକ୍ଷମ କରାଇବି । ଯାହାଫଳରେ ଏହି ଅଂଚଳର ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ହେବା ସଂଗେ ସଂଗେ, ଛାତ୍ରଛାତ୍ରୀ ମାନଙ୍କର ଅନ୍‌ ଲାଇନ୍‌ ଶିକ୍ଷା ପାଇଁ ବହୁଭାବରେ ସହାୟକ ହୋଇପାରିବ । ଏହି ସଭାରେ ମଂଚାସୀନ ଅତିଥିବର୍ଗ ସର୍ବଶ୍ରୀ ସତ୍ୟବାବା ( ମହନ୍ତ ନୃସିଂହ ନାଥ ମଠ ), ସୁମନ୍ତ କୁମାର ନାୟକ (ପୂର୍ବତନ ଶିକ୍ଷକ) ଓ ଉଦୀୟମାନ ଯୁବନେତା ଯୁଗଳ କିଶୋର ମୁଦୁଲି ଓ ଜିତେନ୍ଦ୍ର କରଣ ଶ୍ରୀ ନାୟକଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଯୁବନେତା ଅନ୍ତର୍ଯ୍ୟାମୀ ନାୟକ ସଂଯୋଜନା କରିଥିଲେ ।

hiranchal ad1
Leave A Reply

Your email address will not be published.

13 + seventeen =