କବି ନୃସିଂହାନନ୍ଦ ମହାପାତ୍ରଙ୍କୁ “ସମ୍ଭାବନା’ ପୁରସ୍କାର

0 250

ଫୁଲବାଣୀ :କନ୍ଧମାଳର ସୁନାମଧନ୍ୟ ସାହିତ୍ୟିକ,ସଂଗଠକ, ସମାଜସେବୀ ଓ ଶିକ୍ଷାବିତ ନୃସିଂହାନନ୍ଦ ମହାପାତ୍ରଙ୍କୁ ସମ୍ଭାବନା ସାହିତ୍ୟ ଓ ସଂସ୍କୃତି ପରିଷଦ, ଆସ୍କା ଶାଖା ତରଫରୁ ତା’ର ପୂଜ୍ୟପୂଜା ଉତ୍ସବ ଓ ରାଜ୍ୟ ସ୍ତରୀୟ କବି ଓ କଳାକାର ସମାବେଶ ଅବସରରେ ସମ୍ୱର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ଭାବନାର ସଭାପତି ଶୁଖେନ୍ଦୁ କୁମାର ଦାସଙ୍କ ସଭାପତିତ୍ୱରେ ସର୍ବଶ୍ରୀ ଖଲିକୋଟ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୁଳପତି ମନ୍ମଥ ପାଢ଼ୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ନାଟ୍ୟକାର ଉମାଚରଣ ପାଢ଼ୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଦକ୍ଷିଣାଞ୍ଚଳ ଉପ ସଚିବ ଡ଼ଃ କୁଳମଣି ଓଝା, କବି ଓ ପୂର୍ବତନ ସଂସଦ ପ୍ରସନ୍ନ ପାଟ୍ଟଶାଣୀ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଆସିକା ବିଧାୟକ ମଞ୍ଜୁଳା ସ୍ୱାଇଁ ପ୍ରଭୃତି ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥିମାନେ ସମ୍ୱର୍ଦ୍ଧିତ ପ୍ରତିଭା ଶ୍ରୀ ମହାପାତ୍ରଙ୍କର ଭୁୟସୀ ପ୍ରଶଂସା କରିଥିଲେ । ଏଥି ସହିତ ବ୍ରହ୍ମପୁର ସ୍ଥିତ କବି ନଟବର ସିଂ ସାହିତ୍ୟ ସଂସଦ ତରଫରୁ ତାଙ୍କୁ ସମ୍ମାନିତ କରାଯାଇଛି ।
ଏହା ପୂର୍ବରୁ ଶ୍ରୀ ମହାପାତ୍ର ଓଡ଼ିଶାର ବିଭିନ୍ନ ସ୍ଥାନରୁ ବହୁ ପୁରସ୍କାର ଓ ମାନପତ୍ର ପାଇଛନ୍ତି । ତାଙ୍କ ଦ୍ୱାରା ଲିଖିତ ଲାଜେଇ ଝିଅ, ପ୍ରିୟା ବାସନ୍ତୀ, ଜଗତର ନାଥ ଆମ ଜଗନ୍ନାଥ, ଆତ୍ମ ଚିନ୍ତନ, ନୀତିଶିକ୍ଷା, ଗୁରୁ ବ୍ୟକ୍ତି ନୁହେଁ ଗୁରୁ ଶକ୍ତି, ଗୁରୁ ଅମୃତର ଖଣି, ଶଙ୍କର ଦିଗବିଜୟୀ, ଆର୍ଯ୍ୟାବର୍ତ୍ତର ମହା ମନୀଷୀ ଗଣ, ବୈଦିକ ଆଚାର୍ଯ୍ୟଗଣ ଆଦି ପୁସ୍ତକ ବେଶ ପାଠକୀୟ ଆଦୃତି ଲାଭ କରିଛି । ବୃତ୍ତିରେ ସେ ଫୁଲାବାଣୀ ଆଇ.ଟି.ଆଇ.ର ତାଲିମ ଅଧିକାରୀ ଥିଲା ବେଳେ ଫୁଲାବାଣୀ ଜିଲ୍ଲା ଲେଖକ ସାମୁଖ୍ୟର କୋଷାଧ୍ୟକ୍ଷ,ନିରଞ୍ଜନ ବେଦାନ୍ତ ସେବା ସମିତିର କୋଷାଧ୍ୟକ୍ଷ, ରୋଟାରି କ୍ଲବର ଆଜୀବନ ସଦସ୍ୟ, ସମ୍ବାଦ ସାହିତ୍ୟ ଘରର ସଦସ୍ୟ ପ୍ରଭୃତି ଅଛନ୍ତି । କନ୍ଧମାଳ ଜିଲ୍ଲାର ବିଭିନ୍ନ ସାହିତ୍ୟିକ ମାନଙ୍କ ତରଫରୁ ଶ୍ରୀଯୁକ୍ତ ମହାପାତ୍ରଙ୍କୁ ଶୁଭେଚ୍ଛା ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

20 − six =