ଅଷ୍ଟମ ଦିନରେ ବୌଦ୍ଧ ଜିଲ୍ଲା କଂଗ୍ରେସର ଜନଜାଗରଣ କାର୍ଯ୍ୟକ୍ରମ

0 105

ବୌଦ୍ଧ,୨୮/୧୧- ବୌଦ୍ଧ ଜିଲ୍ଲା କଂଗ୍ରେସ ଦ୍ୱାରା ଜିଲ୍ଲାରେ ଆୟୋଜିତ ହେଉଥିବା ଜନଜାଗରଣ କାର୍ଯ୍ୟକ୍ରମ ଆଜି ଅଷ୍ଟମ ଦିନରେ ପପହଞ୍ଚିଛି । ଆଜି ୬ ନମ୍ବର ଜୋନର ଗିରାସିଙ୍ଗା ଜଗନ୍ନାଥ ବନପ୍ରକଳ୍ପ ଠାରେ ମୁଣ୍ଡିପଦର, ତେଲିବନ୍ଧ, ପଦ୍ମନପୁର, ଖୁଣ୍ଟବନ୍ଧ, ଲକ୍ଷ୍ମୀପ୍ରସାଦ, ମୁର୍ଷୁଣ୍ଢି ଓ ବଢିଗାଁ ଆଦି ଗ୍ରାମପଞ୍ଚାୟତରୁ ଆସିଥିବା ଶତାଧିକ କଂଗ୍ରେସ କର୍ମୀଙ୍କ ଗହଣରେ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଜାଗରଣ ସଭା ଆୟୋଜନ ହେବାସହ ମଂଚାସୀନ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ନାରାୟଣ ପରିଜା,ଦାଶରଥି ପଟ୍ଟନାୟକ, ସଦାନନ୍ଦ ପ୍ରଧାନ, ହରଭଙ୍ଗା ବ୍ଲକ କଂଗ୍ରେସ ସଭାପତି ପଙ୍କଜ କୁମାର କର୍ଣ୍ଣ ଏବଂ ଜିଲ୍ଲା ଆଇନ ସେଲ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ସଭାପତି ଶ୍ରୀ ମିଶ୍ର ବିଜେଡି ବିଜେପି ଶାସନ କାଳରେ ହେଉଥିବା ଜନମାରଣ ନୀତି ବିରୋଧରେ ଉପସ୍ଥିତ କର୍ମୀ ସମୂହଙ୍କୁ ରାଜ୍ୟ ସରକାରଙ୍କ ବର୍ଦ୍ଧିତ ବିଦ୍ୟୁତ ଦର, ଆବାସ ଘର ବଣ୍ଟନ ରେ ଅନିମିୟତା, ଏମ ଜି ଏନ ଆର ଜିଏରେ ଘୋଟଲା, ସମସ୍ତ ଦପ୍ତରରେ ହେଉଥିବା ପି ସି କାରବାର, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନମିତା ମେହେର ହତ୍ୟାକାଣ୍ଡରେ ଦୋଷୀଙ୍କୁ ଘଣ୍ଟଘୋଡା ସହ କେନ୍ଦ୍ର ସରକାରଙ୍କ ଆକାଶ ଛୁଆଁ ଗ୍ୟାସ , ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ସହ ସମସ୍ତ ଅତ୍ୟାବଶ୍ୟକ ଖାଦ୍ୟପଦାର୍ଥ ଠାରୁ ଆରମ୍ଭକରି ପୋଷାକ ପରିଚ୍ଛଦ ପର୍ଯନ୍ତ ଏହା ଗ୍ରାସ କରି ସାରିଲାଣି । ତଦ୍‌ସହିତ ଦେଶର ଗୋଟିଏ ପରେ ଗୋଟିଏ ଜାତୀୟ ସମ୍ପତ୍ତି କୁ କିଛି ମୁଷ୍ଟିମେୟ ବ୍ୟକ୍ତି ବିଶେଷଙ୍କୁ ବିକ୍ରି କରି ଚାଲିଛନ୍ତି, ବର୍ତ୍ତର୍ମାନ ସ୍ଥିତିରେ କଂଗ୍ରେସ କର୍ମୀମାନେ ଜାଗୃତ ହୋଇ ଲୋକଙ୍କୁ ସଚେତନ କରିବା ସହ ଆଉ ଏକ ସ୍ୱାଧୀନତା ପାଇଁ ଗାନ୍ଧୀଙ୍କ ନୀତି ଆଦର୍ଶରେ କେନ୍ଦ୍ରରୁ ମୋଦି ଏବଂ ରାଜ୍ୟରୁ ବିଜେଡି ଶାସନକୁ ତଡିବା ପାଇଁ ଦୃଢ଼ ସଂକଳ୍ପ ଗ୍ରହଣ କରିବାକୁ ପଡ଼ିବ ବୋଲି ମତ୍ତ ବ୍ୟକ୍ତ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପରିଜା କଂଗ୍ରେସର ଉତ୍ଥାନ ପତ୍ତନ ଶାସନ ଏବଂ ଆଜି ଯେଉଁ ଯୋଜନା ସମୂହ କାର୍ଯ୍ୟକାରୀ ହେଉଛି ଏହାର ପ୍ରଣେତା କଂଗ୍ରେସ ଦଳ ବୋଲି ମତବ୍ୟକ୍ତ କରିଥିଲେ । ଦାଶରଥି ପଟ୍ଟନାୟକ, ସଦାନନ୍ଦ ପ୍ରଧାନ, ଗଣ୍ଡାଧର ବିଶି ପ୍ରମୁଖ ନିଜ ନିଜର ଅଭିଭାଷଣ ରଖିଥିବା ବେଳେ ଜିଲ୍ଲା କଂଗ୍ରେସ ଉପ ସଭାପତି ସମରେଶ ମିଶ୍ର ଧନ୍ୟବାଦ ପ୍ରସ୍ତାବ ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅର୍ଜୁନ ମହାନନ୍ଦିଆ, ପ୍ରଦୀପ ଦାସ, ତାରିଣୀ ଜେନା, ପ୍ରମୋଦ ପ୍ରଧାନ, ଜୟନ୍ତ ପାଣିଗ୍ରାହୀ, ପ୍ରତାପ ପଣ୍ଡା, ରୋହିତାଶ୍ୱ ବେହେରା, ଅଭିଳାଷ ସ୍ୱାଇଁ ଏବଂ ଜିଲ୍ଲା ଆରଜିପିଆରଏସ ସଭାପତି ସମରେନ୍ଦ୍ର ମହାକୁଳଙ୍କ ସହ ସହସ୍ରାଧିକ କଂଗ୍ରେସ ଶୁଭେଛୁ ବନ୍ଧୁ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।

hiranchal ad1
Leave A Reply

Your email address will not be published.

one × three =