କାନପୁର : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯାଉଛି । ପଞ୍ଚମ ତଥା ଅନ୍ତିମ ଦିନରେ ସୋମବାରର ପ୍ରଥମ ଅଧିବେଶନ ସମ୍ପୂର୍ଣ୍ଣ ଭାବେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍ଙ୍କ ନାମରେ ରହିଛି । ପ୍ରଥମ ଅଧିବେଶନରେ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଭାରତ କୌଣସି ୱିକେଟ୍ ନେଇ ପାରି ନଥିଲା । ମ୍ୟାଚ୍ ଜିତିବା ପାଇଁ ଭାରତକୁ ଆହୁରି ୯ ୱିକେଟ୍ ଆବଶ୍ୟକ କରୁଥିବାବେଳେ ନ୍ୟୁଜିଲ୍ୟାଣ୍ଡକୁ ଐତିହାସିକ ବିଜୟ ପାଇଁ ୨୦୫ ରନ୍ ସ୍କୋର କରିବାକୁ ପଡିବ । ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ନ୍ୟୁଜିଲ୍ୟାଣ୍ଡର ସ୍କୋର ୩୫ ଓଭର ପରେ ଗୋଟିଏ ଉଇକେଟ ହରାଇ ୭୯ କରିଛି । ଟମ୍ ଲାଥାମ୍ ୩୫ରନ ଏବଂ ୱିଲିୟମ୍ ସୋମର୍ଭିଲ୍ ୩୬ ରନ କରି ଅପରାଜିତ ଅଛନ୍ତି । ଦୁଇ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଛି । ଏହାପୂର୍ବରୁ ଚତୁର୍ଥ ଦିନରେ ଭାରତ ୭ ୱିକେଟ୍ ପାଇଁ ୨୩୪ ରନ୍ରେ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା ।