ପୁରୀ : ପୁରୀରେ ଥିବା ବ୍ଲୁ ଫ୍ଲାଗ ବିଚ ଓ ଚକ୍ର ତୀର୍ଥ ରୋଡ଼ରେ ହେବାକୁ ଥିବା ନୂତନ ବ୍ଲୁ ଫ୍ଲାଗ ବିଚକୁ ଦୃଢ଼ ବିରୋଧ । ଉଠାଦୋକାନୀଙ୍କୁ ବିନା ଥଇଥାନରେ ଉଚ୍ଛେଦକୁ ପ୍ରତିବାଦ । ଆଜି ପୁରୀ ଜିଲାପାଳଙ୍କ ଅଫିସ ଆଗରେ ଶହ ଶହ ଉଠା ଦୋକାନୀ ବିକ୍ଷୋଭ କରିଛନ୍ତି । ଉଠା ଦୋକାନୀ ସଂଘ ଅଭିଯୋଗ କରିଛି ଯେ ପୁରୀରେ ଶ୍ରୀମନ୍ଦିର ଓ ବେଳାଭୂମିକୁ ନେଇ ପୁରୀ ବାସିନ୍ଦା ଚଳନ୍ତି । ସେବକମାନେ ଶ୍ରୀମନ୍ଦିରକୁ ନେଇ ଚଳୁଥିବା ବେଳେ ହଜାର ହଜାର ସାଧାରଣ ଲୋକ ପୁରୀ ବେଳାଭୂମିରେ ବିଭିନ୍ନ ବ୍ୟବସାୟ କରି ଚଳନ୍ତି । ତେବେ ପୁରୀ ବେଳାଭୂମିରେ ବ୍ଲୁ ଫ୍ଲାଗ ବିଚ ହେବା ଏବଂ ଚକ୍ରତୀର୍ଥ ରୋଡ଼ ବେଳାଭୂମିରେ ଆଉ ଏକ ବ୍ଲୁ ଫ୍ଲାଗ ବିଚ ତିଆରି ପାଇଁ ପ୍ରଶାସନ ଯୋଜନା ଯୋଗୁ ହଜାର ହଜାର ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଗଲେ ଲୋକଙ୍କ ଜୀବନ ଜୀବିକା ବିପନ୍ନ ହେବ । ଏଣୁ ଲୋକଙ୍କୁ ସ୍ୱାର୍ଥକୁ ଦେଖି ପ୍ରଶାସନ ପ୍ରଥମେ ଥଇଥାନ କରି ବ୍ଲୁ ଫ୍ଲାଗ ବିଚ କରୁ । ନ ହେଲେ ବ୍ୟାପକ ଆନ୍ଦୋଳନ ହେବ । ଅପ୍ରୀତିକର ପରିସ୍ଥିତି ହେଲେ ପ୍ରଶାସନ ଦାୟୀ ରହିବ ବୋଲି ଉଠା ଦୋକାନୀ ସଂଘ ଚେତାବନୀ ଦେଇଛି ।