ଜିଲ୍ଲା ଯୋଜନା ବୋର୍ଡ ବୈଠକ ଅନୁଷ୍ଠିତ

0 152

ବୌଦ୍ଧ,୨୯ା୧୧ – ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଯୋଜନା ବୋର୍ଡ ବୈଠକ ବିଧାୟକ ମହୀଧର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ୨୦୨୧-୨୨ ପାଇଁ ଯୋଜନା ବୋର୍ଡ ବୈଠକର ଆଭିମୁଖ୍ୟ ଉପରେ ଶ୍ରୀଯୁକ୍ତ ରଣା ଆଲୋକପାତ କରିବା ସହିତ ପୂର୍ବ ବିଧାନସଭା ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟି ନିଷ୍ପତି ପ୍ରକାରେ ସମସ୍ତ ବିଭାଗୀୟ ଅଧିକାରୀ ନିଜ ନିଜ କାମକୁ ତ୍ୱରାନ୍ୱିତ କରି ଶୀଘ୍ର ସମାପ୍ତ କରିବାକୁ ପରାମର୍ଶ ଦେଇଥିଲେ । ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ୭୨୧ କୋଟି ବାର୍ଷିକ ଯୋଜନା ଅନୁମୋଦନ ହୋଇଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୮୯୨ କୋଟି ବାର୍ଷିକ ଯୋଜନା ବୈଠକରେ ଅନୁମୋଦନ କରାଯାଇଥିଲା । ସୂଚନା ମୁତାବକ କୃଷି ବିଭାଗକୁ ୩୩୩୬.୫୩୭ କୋଟି, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ୧୬୯୬୦.୨୭୨ କୋଟି, ଗ୍ରାମ୍ୟ ଉନ୍ନୟନ ପାଇଁ ୬୫୫୬.୭୬୦ କୋଟି, ସ୍ୱତନ୍ତ୍ର ଅଞ୍ଚଳ କାର୍ଯ୍ୟକ୍ରମ ପାଇଁ ୧୯୦୬.୦୮୦ କୋଟି, ଶକ୍ତି ବିଭାଗ ପାଇଁ ୧୩୩୩.୬୫୩ କୋଟି, ଶିଳ୍ପ ପାଇଁ ୪୮.୮୨୫ କୋଟି, ବିଜ୍ଞାନ ବୈଷୟିକ ଓ ପରିବେଶ ପାଇଁ ୨୦୭୯.୬୪୬ କୋଟି, ସାମାଜିକ ସେବା ପାଇଁ ୪୬୩୧୯.୯୫୧ କୋଟି, ସାଧାରଣ ଆର୍ଥିକ ସେବା ପାଇଁ ୩୪.୧୨୨ କୋଟି ଓ ସାଧାରଣ ସେବା ପାଇଁ ୮୬୫୧.୫୦୦ କୋଟି ଟଙ୍କା ଖର୍ଚ୍ଚ ପାଇଁ ଯୋଜନା ଅନୁମୋଦନ ଲାଭ କରିଥିବା ଜଣାଯାଇଛି । ବୈଠକରେ ଉପନିର୍ଦ୍ଦେଶକ ଯୋଜନା ଓ ପରିସଂଖ୍ୟାନ ଇମାନୁଏଲ ସୋରେନ ଗୃହକୁ ଏହି ସୂଚନା ପ୍ରଦାନ କରିଥିଲେ । ବୈଠକରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସମସ୍ତଙ୍କର ଏକୀଭୂତ ସଂକଳ୍ପ ଦ୍ୱାରା ଜିଲ୍ଲାର ଉନ୍ନୟନ କାର୍ଯ୍ୟ ସାଧିତ ହୋଇପାରିବ ବୋଲି ମତପ୍ରକାଶ କରିବା ସହିତ ଜନପ୍ରତିନିଧିମାନଙ୍କ ସହଯୋଗ କାମନା କରିଥିଲେ । ସମସ୍ତ ବିଭାଗୀୟ ଅଧିକାରୀ,ପଞ୍ଚାୟତିରାଜ ପ୍ରତନିଧି, ଜନ ପ୍ରତିନିଧି ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

nineteen − thirteen =