ସାମ୍ଭାବ୍ୟ ବାତ୍ୟାକୁ ନେଇ ବଡ ସୂଚନା ଦେଲେ ଆଇଏମ୍‌ଡି ଡିଜି

0 96

ଭୁବନେଶ୍ୱର: ମାଡ଼ି ଆସୁଥିବା ବାତ୍ୟା ସମ୍ପର୍କରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପୁଣି ଏକ ବଡ଼ ସୂଚନା ଦେଇଛନ୍ତି । ଆଣ୍ଡାମାନ ସାଗର ନିକଟରେ ବାତ୍ୟା ଏକ ଲଘୁଚାପ କ୍ଷେତ୍ର ଭାବେ ରହିଛି । ଆସନ୍ତାକାଲି ଅବପାତରେ ପରିଣତ ହେବ ।
ଅବପାତରେ ପରିଣତ ହେଲା ପରେ କେଉଁଠି ମାଡ଼ ହେବ ତାହା ଆସନ୍ତାକାଲି ଅର୍ଥାତ ଗୁରୁବାର ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । କେଉଁ ଜାଗାରେ ଉପକୂଳ ଅତିକ୍ରମ କରିବ,କେତେ ତୀବ୍ରତା ରହିବ ତାହା କାଲି ସ୍ପଷ୍ଟ ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।
ତେବେ ୩ ତାରିଖ ଠାରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ । ୪ ତାରିଖରେ ବାତ୍ୟା ଉପକୂଳ ପାଖାପାଖି ହେଲେ ବି ଅତିକ୍ରମ କରିନପାରେ । ସ୍ଥଳଭାଗ ନଛୁଇଁ ଉତ୍ତର-ଉତ୍ତର ପୂର୍ବ ଦିଗରୁ ଗତି କରିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ବର୍ଷା ହେବ । ୪ ତାରିଖରେ ସବୁଠାରୁ ଅଧିକ ବର୍ଷା ହେବ । ପବନ ବି ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।
ଅନ୍ୟପକ୍ଷରେ ୩ ତାରିଖରେ ଗଜପତି, ଗଂଜାମ, ପୁରୀ, ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୪ ତାରିଖରେ ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଗଜପତି, ଗଂଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଗଂଜାମ, ପୁରୀ ଓ ଜଗତସିଂହପୁରର କେତେକ ଜାଗାରେ ଅତି ପ୍ରବଳ ବର୍ଷିପାରେ । ୫ ତାରିଖରେ ମଧ୍ୟ ୯ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଏସ୍‌ଆରସି ।

hiranchal ad1
Leave A Reply

Your email address will not be published.

12 + 18 =