ଫୁଲବାଣୀ ନୀପିଡିତ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

0 179

ଫୁଲବାଣୀ:୦୩/୧୨, ଫୁଲବାଣୀର ପୁରାତନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୀପିଡିତ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବରେ କନ୍ଧମାଳ ସ୍ୱେଚ୍ଛାସେବୀ ମହାସଂଘର ଆବାହକ ଭାବରେ ଅଶୋକ କୁମାର ପରିଡା ଯୋଗଦେଇ ଭିନ୍ନକ୍ଷମ ପିଲାମାନଙ୍କୁ ସେମାନଙ୍କର ଆବଶ୍ୟକତା ଉପରେ ଅଭିଭାବକ କିମ୍ବା ସେମାନଙ୍କ ଦାୟିତ୍ୱ ନେଇଥିବା ଅନୁଷ୍ଠାନର କର୍ମଚାରୀମାନେ ଧ୍ୟାନ ଦେବା ଉପରେ ବକ୍ତବ୍ୟ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ଜିଲ୍ଲା ପ୍ରେସ କ୍ଲବର ସମ୍ପାଦକ ତଥା ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା ଯୋଗଦେଇ ଭିନ୍ନକ୍ଷମ ପିଲାମାନଙ୍କର ମାନସିକ ଉନ୍ନତି ପାଇଁ ସେମାନେ ଯେଉଁ ଦିଗରେ ଆଗ୍ରହୀ ଥିବେ ସେମାନଙ୍କୁ ସେହିଦିଗରେ ପ୍ରୋତ୍ସାହିତ କରିବାର ଆବଶ୍ୟକତାକୁ ଜୋର ଦେବା ଦରକାର ବୋଲି କହିଥିଲେ । ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରର ଅଧିକାରୀ ଅକ୍ଷୟ କୁମାର ପଣ୍ଡା ପିଲାଙ୍କର ଦୈ÷ନନ୍ଦିନ ଗତିବିଧି ଉପରେ ନଜର ରଖିବା ସହିତ ସେମାନଙ୍କର ଶାରୀରିକ ଏବଂ ମାନସିକ ଉନ୍ନତି ପାଇଁ ପ୍ରଥମରୁ ହିଁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରାଇବା ଦରକାର ବୋଲି କହିଥିଲେ । ଫୁଲବାଣୀ ଡାକ୍ତରଖାନାରେ ଅବସ୍ଥାପିତ ଥିବା ଫିଜିଓଥେରାପିଷ୍ଟ ସୁଶ୍ରୀ ସଜ୍ଜିତା ରାଉଳ ପିଲାମାନଙ୍କୁ ଚିକିତ୍ସା କରାଇବାକୁ ବିଭିନ୍ନ ପ୍ରକାରର ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ନହୋଇ ପ୍ରାଥମିକ ସ୍ତରରେ ହିଁ ଡାକ୍ତରଙ୍କ ପରାମର୍ଶ ନେବା ଦରକାର ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ନୀପିଡିତ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ପ୍ରମୋଦ କୁମାର ନାୟକ ପରିଚାଳନା କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଆୟୁଷ ଡାକ୍ତର ପଂଚଶୀଳା ଦାସ, ପ୍ରଶିକ୍ଷକ କୃଷ୍ଣଚନ୍ଦ୍ର ପ୍ରଧାନ, ସ୍ୱେଚ୍ଛାସେବୀ ବୈଦ୍ୟନାଥ ଖଟୁଆ, ସାମ୍ବାଦିକ ସଞ୍ଜୟ ପାତ୍ର ପ୍ରମୁଖ ଯୋଗ ଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ପରେ ନିଜନିଜର ଅଭିଭାବକ ମାନଙ୍କ ସାହିତ ଆସିଥିବା ଭିନ୍ନକ୍ଷମ ପିଲାମାନଙ୍କ ମଧ୍ୟରେ କରାଯାଇଥିବା ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ନାଚଗୀତ ମାଧ୍ୟମରେ ସେମାନଙ୍କ ମନୋରଞ୍ଜନ ମଧ୍ୟ କରାଯାଇଥିଲା । ଫଳରେ ସେମାନେ ନାଚଗୀତର ଆନନ୍ଦ ନେଇଥିଲେ । ଶେଷରେ ସ୍ୱତନ୍ତ୍ର ପ୍ରଶିକ୍ଷିକା ସୁଶ୍ରୀ ଦୀପିକା ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

5 + 18 =