ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସଖି ୱାନ ଷ୍ଟପ ସେଣ୍ଟର ପକ୍ଷରୁ ସ୍ଥାନୀୟ ସଂସ୍କୃତ ମହାବିଦ୍ୟାଳୟ ଓ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ମହିଳା ସୁରକ୍ଷା ଓ ଅଧିକାରକୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଂସ୍କୃତ ମହାବିଦ୍ୟାଳୟର ପ୍ରିନ୍ସପାଲ ଚନ୍ଦ୍ର ଶେଖର ତ୍ରିପାଠୀ ଏବଂ ବାଳିକା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ସୁଜାତା କୁମାରୀ ଦୋରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାରୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ଏହାର ମୁକାବିଲା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସମ୍ୟକ ଧାରଣା ଦେଇ ଥିଲେ । ସଖୀ ୱାନ ଷ୍ଟପ କେନ୍ଦ୍ରର କେନ୍ଦ୍ର ପ୍ରଶାସିକା ଶ୍ରୀମତି ଭାଗ୍ୟ ଲକ୍ଷ୍ମୀ ନାୟକ ନାବାଳିକା ପ୍ରତି ହେଉଥିବା ଅତ୍ୟାଚାର, ନିର୍ଯାତନା ଓ ଏହାର ଆଇନଗତ କାର୍ଯ୍ୟାନୁଷ୍ଠାନ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଶ୍ରୀମତି ମିନା କୁମାରୀ ଟହଲ ଜିଲ୍ଲାରେ ନାବାଳିକା ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବିଭିନ୍ନ ଶାରୀରିକ ଓ ମାନସିକ ତଥା ବାହ୍ୟ ରାଜ୍ୟକୁ ଚାଲାଣ ଏବଂ ବାଲ୍ୟବିବାହ ଉପରେ କିଭଳି ରୋକାଯାଇ ପାରିବ ଏ କଥା ବୁଝାଉ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁଶ୍ରୀ ସୁମତି ପରିଚ୍ଛା, ପ୍ରଣତି ପ୍ରିୟ ଦର୍ଶନୀ ଦାସ, ହରିକୃଷ୍ଣ ଚୌଧୁରୀ, ଜି.ଲକ୍ଷ୍ମୀ ତାୟାରୁ, ଏମ୍.ଗାୟତ୍ରୀ ବି.ମାଧବୀ, ଜି. ସୌଜନ୍ୟ । ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପରି ଶେଷରେ ସୁନିତା ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।