ଅଣ୍ଡର-୧୯ ଅଲ ଓଡିଶା ବ୍ୟାଡ଼ମିଣ୍ଟନ ର‌୍ୟାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0 98

ସୁବର୍ଣ୍ଣପୁର : ଗତ ୩ ତାରିଖ ରୁ ସୁବର୍ଣ୍ଣପୁରର ରାମେଶ୍ୱର ଷ୍ଟାଡିଅମ ସ୍ଥିତ ଇଣ୍ଡୋର ଷ୍ଟାଡିଅମରେ ଆୟୋଜିତ ଅଣ୍ଡର-୧୯ ଅଲ ଓଡିଶା ବ୍ୟାଡ଼ ମିଣ୍ଟନ ର‍୍ୟାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ ଆଜି ରବିବାର ଅପରାହ୍ନରେ ଉଦଯାପିତ ହୋଇ ଯାଇଛି । ଏହାର ଫାଇନାଲରେ ଏକକ ବର୍ଗର ୫ ଗୋଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ବାଳିକା ସିଂଘିଲ ରେ ଗୀତାଶ୍ରୀ ଦେ (ସୁନ୍ଦରଗଡ଼) ଚମ୍ପିୟାନ ହୋଇଥିବା ବେଳେ ରାୟଗଡା ର ସ୍ୱିଟିପ୍ରିୟା ପଧାନ ଉପ ବିଜେତା ହୋଇ ଛନ୍ତି । ମିସ୍କ ଡବଲ ଗ୍ରୁପ ରେ କଳାହାଣ୍ଡି ର ଅର୍ପିତା ପଣ୍ଡା ଓ ପର୍ମିଲା ଶବର ବିଜେତା ଓ ସମ୍ବଲପୁର ର ତପୁନ ସାହୁ ଓ ଡିସଖା ଏକା ଉପ ବିଜେତା ହୋଇଛନ୍ତି । ବାଳକ ସିଂଗିଲ ରେ ବାଲେଶ୍ୱରର ଆର୍ଯ୍ୟା ମାଝୀ ବିଜେତା ଓ ଅମୀୟ କୁମାର ନାଏକ ଉପ ବିଜେତା ହୋଇଛନ୍ତି । ବାଳିକା ଡବଲ୍ସ ରେ ସମ୍ବଲପୁର ର ଡିସ୍କା ଏକା ଓ ଲିକୁନ ସ୍ୱାଇଁ ଚମ୍ପିୟାନ ହୋଇଥିବା ବେଳେ ଆର୍ଯ୍ୟା ପାଢ଼ୀ ଓ ସ୍ୱିଟି ପଧାନ (ଖୋର୍ଦ୍ଧା ) ଉପବିଜେତା ହୋଇଛନ୍ତି । ସେହିପରି ବାଳକ ଡବଲ୍ସରେ ଅମୀୟ କୁମାର ନାଏକ, ଆର୍ଯ୍ୟା ମାଝୀ ଚମ୍ପିୟାନ ଓ ଆଶୁତୋଷ ସାହୁ ଓ ମନୀକାନ୍ତ ରନର୍ସ ଅପ ହୋଇଛନ୍ତି । ଆଜିର ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜ଼ିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇ ବିଜେତା ଖେଳାଳିଙ୍କୁ ପୁରସ୍କୃତ କରି ଖେଳ ତ ଜାରି ରହିବ ହେଲେ ଖେଳୁଆଡ଼ ମନୋଭାବ ହିଁ ଖେଳାଳିଙ୍କ ପ୍ରକୃତ ବିଜୟ ଓ ଏହା କ୍ରୀଡା କ୍ଷେତ୍ରରେ ଆଗକୁ ନେବ ବୋଲି ମତ ରଖିଥିଲେ । ସେହିପରି ନୂତନ ଇଣ୍ଡୋର ଷ୍ଟାଡିଅମରେ ଯୋଗ ଦେଇଥିବା ଖେଳାଳି, ଅଭିଭାବକ ଦର୍ଶକ ମାନଙ୍କ ଆଗ୍ରହ ପ୍ରେରଣା ଉତ୍ସାହକୁ ଭୂୟଶୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ସମ୍ବଲପୁରର ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଯୁଗଳେଶ୍ୱରୀ ଦାଶ, ପ୍ରାକ୍ତନ ନଗରପାଳ କଇରୁ ସ୍ୱାଇଁ, ବ୍ୟାଡ଼ମିଣ୍ଟନ ସଂଘ ରାଜ୍ୟ ସମ୍ପାଦକ ନିଲୀନ କୁମାର, ବିଶିଷ୍ଟ ବ୍ୟବସାୟୀ ଜୟ କୃଷ୍ଣ ସା, ମିଶ୍ର ସ୍ପୋର୍ଟ୍ସ ପ୍ରୋପାଇଟର, ସଂସ୍କାର ଏଗ୍ରୋ, ପୁରୁଷୋତ୍ତମ ପାତ୍ର, ବ୍ୟାଡ଼ମିଣ୍ଟନ ସଂଘ ସଭାପତି ବିଶ୍ୱରଂଜନ ଦଳାଇ, ସମ୍ପାଦକ ପ୍ରଦୀପ ମହାନ୍ତି, ଯୋଗ ଦେଇଥିଲେ । ସଂଘର ସକ୍ରିୟ ସଭ୍ୟ ବିଶ୍ୱରଞ୍ଜନ ଦଳାଇ, ଜୟ ନାରାୟଣ ମେଣ୍ଡଲି, ବିଦ୍ୟାଧର ମିଶ୍ର, ସଞ୍ଜୟ ରାୟ, ପ୍ରକାଶ ମେହେର, ଲଷ୍ମୀ ବେହେରା ଓ ଅବିନାଶ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

12 + twenty =