ଧୋନି-ଯୁବରାଜ ଦୀର୍ଘ ସମୟ ପରେ ଏକାଠି ନଜର ଆସିଲେ, ପ୍ରଶଂସକ କହିଲେ ଏମିତି
ନୂଆଦିଲ୍ଲୀ :
ଦୀର୍ଘ ସମୟ ପରେ ଏକାଠି ନଜର ଆସିଲେ ମହେନ୍ଦ୍ର ସିଂ ଧୋନି-ଯୁବରାଜ ସିଂ । ଏହି ଯୋଡି ଭାରତକୁ ବହୁ ମ୍ୟାଚ୍ ଜିତାଇଛନ୍ତି । ଉଭୟେ ଟି-୨୦ ବିଶ୍ୱକପ ଓ ଦିନିକିଆ ବିଶ୍ୱକପରେ ଭଲ ପ୍ରଦର୍ଶନ କରି ଦଳକୁ ବିଶ୍ୱ ଚମ୍ପିଆନ କରାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ । ସମୟ ଥିଲା ଯୁବରାଜ ଏବଂ ଧୋନି ଭଲ ବନ୍ଧୁ ଥିଲେ, କିନ୍ତୁ ପରେ ଦଳର ଅଧିନାୟକତ୍ୱକୁ ନେଇ ତାଙ୍କ ମଧ୍ୟରେ ମନାନ୍ତର ହୋଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।
କିନ୍ତୁ ଏ ସଂପର୍କରେ ଦୁହେଁ କେବେ ମିଡିଆ ଆଗରେ ମୁହଁ ଖୋଲିନଥିଲେ । କିନ୍ତୁ ବର୍ତ୍ତମାନର ଫଟୋ ଦେଖି ଲାଗୁଛି ଉଭୟ ମଧ୍ୟରେ କୌଣସି ମନାନ୍ତର ନାହିଁ । ଉଭୟେ ଆଗପରେ ଏବେ ମଧ୍ୟ ଭଲ ବନ୍ଧୁ ଭାବେ ଅଛନ୍ତି । ଏବେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସୋଫାରେ ବସି ଉଭୟେ ପରସ୍ପର ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି । ଏହି ସମୟରେ ଉଭୟେ ବହୁତ ଖୁସି ଦେଖାଯାଉଛନ୍ତି । ଏହି ଫଟୋ ଦେଖି ପ୍ରଶଂସକମାନେ କହିଛନ୍ତି ଏହା ଆଜିର ପରଫେକ୍ଟ ପିକ୍ଚର ।
ଦୁଇ କ୍ରିକେଟରଙ୍କ ସାକ୍ଷାତ ହେବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, କିନ୍ତୁ ଧୋନି-ଯୁବରାଜ ବ୍ୟବସାୟିକ ସୁଟିଂରେ ଭାଗ ନେବାକୁ ଆସିଥାଇପାରନ୍ତି ବୋଲି କୁହାଯାଉଛଇ । ଧୋନିଙ୍କ ଅଧିନାୟକତ୍ୱରେ ଯୁବରାଜ ୧୦୪ ଟି ଦିନିକିଆ ଖେଳି ୩୦୭୭ ରନ୍ ସ୍କୋର କରିଥିଲେ । ଏଥିରେ ସେ ୮୮.୨୧ ହାରରେ ଛଅ ଶତକ ଏବଂ ୨୧ ଅର୍ଦ୍ଧଶତକ ସ୍କୋର କରିଥିଲେ । ଧୋନିଙ୍କ ଅଧିନାୟକତ୍ୱରେ, ଭାରତ ୨୮ ବର୍ଷ ପରେ ୨୦୧୧ ବିଶ୍ୱକପ ଜିତିଥିଲା, ଯେଉଁଠାରେ ବଲ୍ ଏବଂ ବ୍ୟାଟ୍ ସହିତ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଯୁବରାଜଙ୍କୁ ‘ପ୍ଲେୟାର ଅଫ୍ ଦି ଟୁର୍ନାମେଣ୍ଟ’ ବିଚାର କରାଯାଇଥିଲା ।