ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଆଜି ହୋଇପାରେ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ କାହାକୁ ମିଳିବ ସ୍ଥାନ

0 112

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇପାରେ । ଉଭୟ ଦିନିକିଆ ଓ ଟେଷ୍ଟ ପାଇଁ ଦଳ ଘୋଷଣା ହେବ ବୋଲି ଜଣାପଡିଛି । ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଡିସେମ୍ବର ୧୭ ରୁ ଆରମ୍ଭ ହେବାର ଥିଲା, କିନ୍ତୁ ଏହାର କାର୍ଯ୍ୟକ୍ରମ ପୁନଃ ସ୍ଥିରିକୃତ ହୋଇଛି । ନୂଆ ସୂଚୀ ଅନୁଯାୟୀ ଡିସେମ୍ବର ୨୬ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯିବ । ଚୟନକର୍ତ୍ତାଙ୍କ ପାଇଁ ଏବେ ମୁଣ୍ଡାବିନ୍ଧାର କାରଣ ପାଲଟିଛନ୍ତି ଦୁଅ ଅଭିଜ୍ଞ ଖେଳାଳି ଆଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରା । ଉଭୟେ ବାରମ୍ବାର ଫେଲ ହେଉଥିବାରୁ ତାଙ୍କ ସ୍ଥାନରେ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇପାରନ୍ତି ଚୟନକର୍ତ୍ତା । କିନ୍ତୁ ବିଦେଶୀ ମାଟିରେ ରାହାଣେଙ୍କ ପ୍ରଦର୍ଶନ ଭଲ ଥିବାରୁ ତାଙ୍କୁ ପୁଣି ଥରେ ଦଳରେ ସ୍ଥାନ ମିଳିପାରେ ବୋଲି କୁହାଯାଇଛି । ସେହିପରି ଅନ୍ୟଏକ ମୁଣ୍ଡବିନ୍ଧାର କାରଣ ପାଲଟିଛି ଶ୍ରେୟସ ଓ ମୟଙ୍କ ଫର୍ମ । ଏହି ଦୁଇ ଖେଳାଳିଙ୍କୁ କୌଣସି ପରିସ୍ଥିତିରେ ମଧ୍ୟ ଦଳରୁ ବାହାର କରାଯାଇପାରିବ ନାହିଁ । କାରଣ ଉଭୟ ଗତ ନ୍ୟୁଜିଲାଣ୍ଡ ସିରିଜ ଭଲ ପ୍ରଦର୍ଶନ କରିଛନ୍ତି । ଦଳକୁ ରୋହିତ ଶର୍ମା, ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି ଏବଂ ଋଷଭ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ପରେ କିଏ ଖେଳାଳିଙ୍କୁ ଚୟନକର୍ତ୍ତା ବାଦ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
ଦଳରେ କେ.ଏଲ୍‌ ରାହୁଲ, ରୋହିତ ଶର୍ମା, ଋଷଭ ପନ୍ତ, ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ଶାମିଙ୍କ ପ୍ରତ୍ୟାବର୍ତ୍ତନ ନିଶ୍ଚିତ । ଯଦି ମୟଙ୍କ, ରୋହିତ ଏବଂ ରାହୁଲ ଦଳରେ ସ୍ଥାନ ପାଆନ୍ତି, ତେବେ ଶୁଭମାନ ଗିଲଙ୍କୁ ବାହାରେ ରହିବାକୁ ପଡିବ । ଅନ୍ୟପକ୍ଷରେ ଆଜିଙ୍କ୍ୟ ରାହାଣେଙ୍କ ବଦଳରେ ଶ୍ରେୟସ୍‌ ଆୟରଙ୍କୁ ସ୍ଥାନ ମିଳିପାରେ ।ନ୍ୟୁଜିଲାଣ୍ଡ ବିପକ୍ଷରେ ରିଦ୍ଧିମାନ ସାହା ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ, କିନ୍ତୁ ପନ୍ତ ଫେରିବା ପରେ ତାଙ୍କୁ ବେଞ୍ଚରେ ବସିବାକୁ ପଡିପାରେ ।
ସମ୍ଭାବ୍ୟ ଟେଷ୍ଟ ଦଳ
ବିରାଟ କୋହଲି (କ୍ୟାପଟେନ), ରୋହିତ ଶର୍ମା, କେ.ଏଲ୍‌ ରାହୁଲ, ଚେତେଶ୍ୱର ପୂଜାରା, ଶ୍ରେୟସ୍‌ ଆୟର,ମୟଙ୍କ ଅଗ୍ରୱାଲ, ଋଷଭ ପନ୍ତ, ରିଦ୍ଧିମାନ ସାହା, ଆର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଇଶାନ୍ତ ଶର୍ମା, ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି, ମହମ୍ମଦ ସିରିଜ, ଉମେଶ ଯାଦବ

hiranchal ad1
Leave A Reply

Your email address will not be published.

19 + ten =