ଦେବଗଡ଼ରେ କରୋନା ଆକ୍ରନ୍ତ ଚିହ୍ନଟ; ହାଇଟେକ୍ କୋଭିଡ଼୍ ହସ୍‌ପିଟାଲ ରାଉରକେଲାକୁ ସ୍ଥାନାନ୍ତରିତ

0 320

ଦେବଗଡ଼ : ଆଜି ରାଜ୍ୟର ଝାରସୁଗୁଡ଼ା,ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ତିନି କରୋନା ଆକ୍ରନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ତିନି ଆକ୍ରାନ୍ତଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଓ ଜଣେ ଯୁବତୀ ରହଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ଦେବଗଡ଼ ଜିଲାର ତିଳେଇବଣି ବ୍ଲକ ଅନ୍ତର୍ଗତ ବାସୁଦେବପୁର ଗ୍ରାମର ୩୪ ବର୍ଷୀୟ ଯୁବକ ପଶ୍ଚିମବଙ୍ଗରେ କାର୍ଯ୍ୟକରୁଥିବା ବେଳେ ଗତ କିଛି ଦିନ ତଳେ ଗ୍ରାମକୁ ଆସିଥିଲେ । ଗ୍ରାମବାସୀମାନେ ତାଙ୍କୁ ଗ୍ରାମରେ ରହିବାକୁ ମନାକରିବାରୁ ସେ ଅନ୍ୟତ୍ର ପଳାଇଯାଇଥିଲେ । ପଣି ଗତ ୨୬ ତାରିଖରେ ବାସୁଦେବପୁର ଗ୍ରାମକୁ ଫେରିଥିଲେ ମଧ୍ୟ ଡ଼ାକ୍ତରଖାନାରେ ନାମ ପଞ୍ଜିକୃତ କରି ଆବଶ୍ୟକ ଟେଷ୍ଟିଂ ପରେ ଆସିବାକୁ ପ୍ରବର୍ତାଇଥିଲେ । ଫଳରେ ସେ ୨୭ ତାରଖରେ ଜିଲା ମୂଖ୍ୟ ଡ଼ାକ୍ତରଖାନାରେ ନିଜ ନାମ ପଞ୍ଜିକୃତ କରିଥିଲେ ମାତ୍ର ତାଙ୍କ ପାଖରେ କୌଣସି ଲକ୍ଷଣ ନ ଥିବା ଜଣାପଡ଼ିଥିଲା କିନ୍ତୁ ସେହି ଦିନ ତାଙ୍କ ସ୍ୱାବ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇ ତାଙ୍କୁ କ୍ୱାରେନ୍‌ଟାଇମ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ତାଙ୍କର ନମୁନା ପଜିଟିଭ୍ ଥିବାର ଜଣାପଡ଼ିବାରୁ ତାଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ରାଉରକେଲା ହାଇଟେକ୍ କୋଭିଡ଼୍ ଡ଼ାକ୍ତରଖାନାକୁ ପଠାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ମନୋଜ ଉପାଧ୍ୟାୟ ସୂଚନା ଦେଇଛନ୍ତି । ସେହିପରି ଉକ୍ତ ବାସୁଦେବପୁର ଗ୍ରାମକୁ ସିଲ୍ କରାଯାଇ ଯୁବକଙ୍କ ସଂର୍ଶ୍ପରେ କେଉଁ କେଉଁ ମାନେ ଆସିଛନ୍ତି ତାହା ତଦନ୍ତ ଜାରୀ ରହିଥିବା ଜଣାପଡ଼ିଛି । ଡ଼ାକବାଜି ଯନ୍ତ୍ର ମାଧ୍ୟାମରେ ସତର୍କ ରହିବାପାଇଁ ପ୍ରଶାସନ ପକ୍ଷରୁୂ ଘୋଷଣା କରାଯାଉଛି । ସୂଚନାଯୋଗ୍ୟ ଯେ,ଗତ ୨୭ ତାରଇଖରେ ମୋଟ ୬୩ଟି ସ୍ୱାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷାପାଇଁ ପଠାଯାଇଥିଲା । ସେଥିରୁ ୫୯ଟି ନମୁନା ନେଗେଟିଭ୍ ଥିବାବେଳେ ଆଜି ଗୋଟିଏ ନମୁନା ପଜିଟିଭ୍ ବାହାରିଥିବାର ଜଣାପଡ଼ଡ଼ିଛି ।

hiranchal ad1
Leave A Reply

Your email address will not be published.

five × three =