ଆଇସିସି ଟେଷ୍ଟ ମାନ୍ୟତା ; ଜାଡେଜାଙ୍କୁ ପଛରେ ପକାଇଲେ ଅଶ୍ୱିନ

0 42

ଦୁବାଇ :

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ନିକଟରେ ଶେଷ ହୋଇଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପରେ ଆଇସିସି ବ୍ୟାଟ୍ସମ୍ୟାନ୍‌, ବୋଲର ଏବଂ ଅଲରାଉଣ୍ଡରଙ୍କ ଟେଷ୍ଟ ମାନ୍ୟତା ପ୍ରକାଶ କରିଛି । ବ୍ୟାଟ୍ସମ୍ୟାନ୍‌ ଏବଂ ବୋଲରଙ୍କ ର଼୍ୟାଙ୍କିଙ୍ଗରେ ଭାରତୀୟ ଖେଳାଳିଙ୍କ ମାନ୍ୟତା ଅଧିକ ପ୍ରଭାବିତ ହୋଇନାହିଁ, କିନ୍ତୁ ଅଲରାଉଣ୍ଡର ମାନ୍ୟତାରେ ଆର ଅଶ୍ୱିନ୍‌ ଦ୍ୱିତୀୟ ସ୍ଥାନ ହାସଲ କରିଥିବାବେଳେ ରବିନ୍ଦ୍ର ଜାଡେଜା ଦୁଇଟି ସ୍ଥାନ ହରାଇଛନ୍ତି ।

hiring

ଆହତ କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ଜାଡେଜା ବଞ୍ଚିତ ହୋଇଥିଲେ । ସର୍ବଶେଷ ରିଲିଜ୍‌ ହୋଇଥିବା ବ୍ୟାଟ୍ସମ୍ୟାନ୍‌ ମାନ୍ୟତାରେ ରୋହିତ ଶର୍ମା ପଞ୍ଚମ ସ୍ଥାନରେ ରହିଛନ୍ତି ଏବଂ ଅଧିନାୟକ ବିରାଟ କୋହଲି ଷଷ୍ଠ ସ୍ଥାନରେ ରହିଛନ୍ତି ।
ଏହି ଦୁଇଜଣଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଟପ୍‌ -୧୦ରେ ନାହାନ୍ତି ।

ଜୋ ରୁଟ୍‌ ଏକ ନମ୍ବର, ଷ୍ଟିଭ୍‌ ସ୍ମିଥ୍‌ ଦ୍ୱିତୀୟ ଏବଂ କେନ୍‌ ୱିଲିୟମସନ ତୃତୀୟ ସ୍ଥାନରେ ରହିଛନ୍ତି । ମାର୍ନସ୍‌ ଲାବୁସାଗ୍‌ନେ ଚତୁର୍ଥ ନମ୍ବରରେ ରହିଛନ୍ତି । ବୋଲରଙ୍କ ତାଲିାକରେ ଆର ଅଶ୍ୱିନ୍‌ ଏବଂ ଜସପ୍ରୀତ ବୁମ୍ରା ଟପ୍‌ -୧୦ ରେ ରହିଛନ୍ତି । ଅଶ୍ୱିନ୍‌ ଦୁଇ ନମ୍ବରରେ ଥିବାବେଳେ ବୁମ୍ରା ୧୦ ନମ୍ବରରେ ଅଛନ୍ତି । ପ୍ୟାଟ୍‌ କମିନ୍ସ ନମ୍ବରୱାନ ଟେଷ୍ଟ ବୋଲର ଥିବା ବେଳେ ଜୋଶ ହାଜଲେଉଡ୍‌ ଗୋଟିଏ ସ୍ଥାନ ହାସଲ କରି ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଟିମ୍‌ ସାଉଦୀ ଗୋଟିଏ ସ୍ଥାନ ତଳକୁ ଖସି ନମ୍ବର -୪ରେ ପହଞ୍ଚିଛନ୍ତି ।

hiranchal ad1
Leave A Reply

Your email address will not be published.

7 − four =