ଭାରତର ପ୍ରଥମ ସିଡିଏସ ଥିଲେ ବିପିନ ରାୱତ, ଜାଣନ୍ତୁ ତାଙ୍କ ବିଷୟରେ କିଛି

0 159

ବିପିନ ଲକ୍ଷ୍ମଣ ସିଂହ ରାୱତ ୧୯୫୮ ମସିହା ମାର୍ଚ୍ଚ ୧୬ରେ ଜନ୍ମଗ୍ରହଣ କରିଥିଲେ  । ସେ ହେଉଛନ୍ତି ଭାରତର ପ୍ରଥମ ସିଡିଏସ (ଚିଫ ଅଫ ଡିଫେନ୍ସ ଷ୍ଟାଫ)  । ୨୦୨୦ ଜାନୁଆରୀ ପହିଲାରୁ ସେ ଏହି ଦାୟିତ୍ୱରେ ରହିଥିଲେ  । ଦେଶର ୨୬ତମ ଆର୍ମି ମୁଖ୍ୟ ହେବାର ସୌଭାଗ୍ୟ ଲାଭ କରିଥିଲେ  ।

hiring

ଉତରାଖଣ୍ଡର ପଉରୀ ଠାରେ ଜନ୍ମିତ ରାୱତଙ୍କ ବାପା ଲକ୍ଷ୍ମଣ ସିଂହ ରାୱତ ଆର୍ମିର ଲେଫେନାଂଟ ଜେନେରାଲ ଥିଲେ  । ରାୱତ ଜଣେ ମେଧାବୀ ଛାତ୍ର ଥିବାବେଳେ ସେ ନାସନାଲ ଡିଫେନ୍ସ ଏକାଡେ଼ମୀରେ ବି ଯୋଗ ଦେଇଥିଲେ  । ସେଠାରେ ତାଙ୍କୁ ‘ସୋଡର଼୍ ଅଫ ଅନର’ ସମ୍ମାନରେ ସମ୍ମାନୀତ  କରାଯାଇଥିଲା  । ସେହିପରି ସେ ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜରୁ ଗ୍ରାଜୁଏସନ କରିବା ସହ ବିଦେଶରେ ବି ପ୍ରଶିକ୍ଷଣ ନେଇଥିଲେ  ।

ପ୍ରତିରକ୍ଷା ପାଠ୍ୟକ୍ରମରେ ରାୱତ ଏମଫିଲ କରିବା ସହ ୨୦୧୧ରେ ଡକ୍ଟରେକ୍ଟ ପାଇଥିଲେ  । ୧୯୭୮ ଡିସେମ୍ବର ୧୬ରେ ସେ ଗୋର୍ଖା ରାଏଫଲରେ ଯୋଗ ଦେଇଥିଲେ  । ଉରି, ଜାମ୍ମୁକାଶ୍ମୀରରେ ସେ ମେଜର ଥିବାବେଳେ ୫ମ ବାଟାଲିୟନ ୧୧ ଗୋର୍ଖା ରାଇଫଲର କର୍ଣ୍ଣେଲ ଭାବେ କାର୍ଯ୍ୟ କରିଥିଲେ  । ବ୍ରିଗେଡ଼ିୟର ଭାବେ ପଦୋନ୍ନତି ପାଇବା ପରେ ତାଙ୍କୁ ରାଷ୍ଟ୍ରୀୟ ରାଇଫଲର ନେତୃତ୍ୱ ନେବାର ସୁଯୋଗ ମିଳିଥିଲା  । ନିଜ ଚାକିରୀ ଜୀବନରେ ସେ ଉଲ୍ଲେଖନୀୟ ପ୍ରଦର୍ଶନ କରି ମେଜର ଜେନେରାଲ, ଆର୍ମି କମାଣ୍ଡର, ଭାଇସ ଚିଫ ଅଫ ଆର୍ମି, ଆର୍ମି ଚିଫ ଭାବେ ବହୁ ପ୍ରସିଦ୍ଧି ହାସଲ କରିଛନ୍ତି  ।

hiranchal ad1
Leave A Reply

Your email address will not be published.

three × four =