ଆଜି ଭିକିଙ୍କ କନିଆଁ ସାଜିବେ କ୍ୟାଟ୍ରିନା

0 346

ମୁମ୍ବାଇ:

hiring

ଆଜି ହାତକୁ ଦି ହାତ ହେବେ ବଲିଉଡର ଚିକନି ଚମେଲି ଓ ଅଭିନେତା ଭିକି କୌଶଲ୍ । ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ୍ର ଏହି ଲଭ୍ ବାର୍ଡ । ଆଜି ଭିକିଙ୍କ କନିଆଁ ସାଜିବେ କ୍ୟାଟ୍ରିନା। ନିଜଠୁ ୫ ବର୍ଷ ସାନ ଭିକିଙ୍କ ହାତ ଧରି ମିସ୍‌ କୈଫ ପାଲଟିଯିବେ ମିସେସ କୌଶଲ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇସାରିଛି । ଏଥିପାଇଁ ପୂରା ସଜେଇ ହୋଇଛି ରାଜସ୍ଥାନ ଜୋଧପୁରର ସିକ୍ସ ସେନ୍ସ ଫୋର୍ଟ।ଆଜି ବାଜିବ ଶାହାନାଇ ।

ପଡ଼ିବ ହାତଗଣ୍ଠି। ସାତଫେରା ନେଇ ଜନ୍ମ ଜନ୍ମର ସାଥୀ ପାଲଟଇଯିବେ ଏହି ଲଭ୍‌ ବାର୍ଡ । ଏଥିପାଇଁ ଚକ୍‌ ମକ୍‌ ଆଳୁଆରେ ପୂରା ରଙ୍ଗୀନ ହୋଇଛି ବାରବରା ହୋଟେଲ। ଏହି ଦୁଇ ଷ୍ଟାର ସେଲେବ୍ରିଟିଙ୍କ ବିବାହକୁ ନେଇ ଏବେ ଚାରିଆଡେ ଲାଗି ରହିଛି ଚର୍ଚ୍ଚା।ବିବାହ ମଣ୍ଡପକୁ ହେଲିକପ୍ଟରରେ ଆସିବେ ଭିକି-କ୍ୟାଟ୍ । ପୂରାପୂରି ପ୍ରାଇଭେଟ୍ ରହିବ ମ୍ୟାରେଜ୍ ସେରିମନି। ଉତ୍ସବରେ ଅତିଥିଙ୍କ ପାଇଁ ରହିବ ନୋ ଫୋନ୍ ପଲିସି । କେହି ଫଟୋ ଉଠାଇ ପାରିବେ ନାହିଁ କେହି ସୋଶାଲ ମିଡିଆରେ ଫଟୋ ସେୟାର୍ କରିପାରିବେ ନାହିଁ ।

hiranchal ad1
Leave A Reply

Your email address will not be published.

6 − 6 =