ଦିନିକିଆ ଦଳରେ ରାହୁଲଙ୍କୁ ମିଳିପାରେ ବଡ ଦାୟିତ୍ୱ, ଖୁବଶୀଘ୍ର ହୋଇପାରେ ଘୋଷଣା

0 116

ନୂଆଦିଲ୍ଲୀ : ଟି-୨୦ ଅଧିନାୟକ ପରେ ରୋହିତ ଶର୍ମାଙ୍କୁ ଦିନିକିଆ ନେତୃତ୍ୱ ଦାୟିତ୍ୱ ଦେଇଛି ବିସିସିଆଇ । ଖବର ଅନୁଯାୟୀ ବିରାଟ କୋହଲି ଦିନିକିଆ ନେତୃତ୍ୱ ପଦ ଛାଡିବାକୁ ପ୍ରସ୍ତୁତ ନଥିଲେ । କିନ୍ତୁ ବିସିସିଆଇ ତାଙ୍କଠାରୁ ଏହି ପଦ ଛଡାଇ ଆଣି ରୋହିତ ଶର୍ମାଙ୍କୁ ଦେଇଛି । କୋହଲି ବର୍ତ୍ତମାନ କେବଳ ଟେଷ୍ଟ ଅଧିନାୟକ ଭାବେ ରହିବେ । ଅର୍ଥାତ୍‌ ରୋହିତ ଶର୍ମା ଉଭୟ ସୀମିତ ଓଭରର ନେତୃତ୍ୱ ନେବେ । କୋହଲି କେବଳ ଟେଷ୍ଟ ଦଳର ନେତୃତ୍ୱ ନେବେ । ଏହି ସମୟରେ ବୋର୍ଡ କେ.ଏଲ୍‌ ରାହୁଲଙ୍କୁ ଏକ ବଡ ଦାୟିତ୍ୱ ଦେବାକୁ ଯାଉଛି ।
ଇନସାଇଡ୍‌ ସ୍ପୋର୍ଟସ୍‌ ଅନୁଯାୟୀ, କେ.ଏଲ୍‌ ରାହୁଲଙ୍କୁ ଦିନିକିଆ ଦଳର ନୂତନ ଉପ-ଅଧିନାୟକ କରାଯାଇପାରେ । ନିକଟରେ ତାଙ୍କୁ ଟିମ୍‌ ଇଣ୍ଡିଆର ଟି -୨୦ ର ଉପ-ଅଧିନାୟକ ମଧ୍ୟ କରାଯାଇଥିଲା । ବୋର୍ଡର ଜଣେ ଅଧିକାରୀ କହିଛନ୍ତି, ‘କେ.ଏଲ୍‌ ରାହୁଲ ଦିନିକିଆ ଦଳର ପରବର୍ତ୍ତୀ ଉପ-ଅଧିନାୟକ ହେବେ । ସେ ଗତ କିଛି ବର୍ଷ ମଧ୍ୟରେ ଅତୁଳନୀୟ ପ୍ରଦର୍ଶନ କରି ଆସିଛନ୍ତି । ତାଙ୍କ ପାଖରେ ଆଉ ୬-୭ ବର୍ଷର ସମୟ ଅଛି । ତାଙ୍କୁ ପରବର୍ତ୍ତୀ ଅଧିନାୟକ କରିବା ପାଇଁ ଏହା ଏକ ଉପାୟ । ରାହୁଲ ଦ୍ରାବିଡଙ୍କ ବ୍ୟତୀତ ସେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କଠାରୁ ମଧ୍ୟ ଅନେକ କିଛି ଶିଖିବେ । ସୂଚନାଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ତିନୋଟି ଦିନିକିଆ ମ୍ୟାଚ ଖେଳିବ । ଏ ନେଇ ବିସିସିଆଇ ଖୁବ ଶୀଘ୍ର ଦଳ ଘୋଷଣ କରିବ । ଏଥିରେ ରାହୁଲଙ୍କୁ ଉପ ଅଧିନାୟକ ଭାବେ ମଧ୍ୟ ବିସିସିଆଇ ନିଯୁକ୍ତି ଦେବ ବୋଲି କୁହାଯାଉଛି ।
ଗତ ୨ ବର୍ଷରେ ଦିନିକିଆରେ କେ.ଏଲ୍‌ ରାହୁଲଙ୍କ ପ୍ରଦର୍ଶନ ଅତ୍ୟନ୍ତ ଭଲ ରହିଛି । ଯଦି ଆମେ ଜାନୁଆରୀ ୧, ୨୦୨୦ ଠାରୁ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦିନିକିଆ ରେକର୍ଡକୁ ଦେଖିବା, ତେବେ ରାହୁଲ ସର୍ବାଧିକ ୨ ଶତକ ହାସଲ କରିଛନ୍ତି । ଏହି ସମୟ ମଧ୍ୟରେ ସେ ସର୍ବାଧିକ ରନ୍‌ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ୍‌ ତାଲିକାରେ ଏକ ନମ୍ବରରେ ଅଛନ୍ତି । ସେ ହାରାହାରି ୬୨ ହାରରେ ୧୨ ଇନିଂସରେ ୬୨୦ ରନ୍‌ ସଂଗ୍ରହ କରିଛନ୍ତି । ସେ ଏହି ସମୟ ମଧ୍ୟରେ ୨ଟି ଶତକ ଓ ୪ଟି ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ଏହି ସମୟ ମଧ୍ୟରେ ବିରାଟ କୋହଲି ୫୬୦ ଏବଂ ରୋହିତ ଶର୍ମା ୬ ଟି ଇନିଂସରେ ୨୬୧ ରନ ସ୍କୋର କରିଛନ୍ତି ।

hiranchal ad1
Leave A Reply

Your email address will not be published.

9 − seven =