ଅବହେଳିତ ଭଏଁରା ଘୁମର ଜଳପ୍ରପାତ

0 88

ଚନ୍ଦାହାଣ୍ଡି :ନବରଙ୍ଗପୁର ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି । କିନ୍ତୁ କିଛି ପର୍ଯ୍ୟଟନସ୍ଥଳୀ ଲୋକ ଲୋଚନକୁ ଆସିଥିବା ବେଳେ ଆଉ କିଛି ଲୁକ୍କାୟିତ ଅବସ୍ଥାରେ ରହିଛି । ଅନ୍ୟପଟେ ଲୋକଲୋଚନକୁ ଆସିଥିବା ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ବିକାଶ ନିମନ୍ତେ ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରାଯାଉନି । ଏଥି ଯୋଗୁଁ ଦୂର ଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ଅବହେଳିତ ଅବସ୍ଥାରେ ରହିଛି ଭଏଁରା ଘୁମର ଜଳପ୍ରପାତ ।
ଚନ୍ଦାହାଣ୍ଡି ବ୍ଲକ କୁହୁଡି ଗ୍ରାମ ପଞ୍ଚାୟତର କୁହୁଡି ଗ୍ରାମଠାରୁ ୧ କିଲୋମିଟର ଦୂର ଯିବା ପରେ ୪ କିଲୋମିଟର ପାଦଚଳା ରାସ୍ତା ଯିବା ପରେ ପଡିଥାଏ ଭଏଁରା ଘୁମର ଜଳପ୍ରପାତ । ଭଏଁରା ଘୁମର ଜଳପ୍ରପାତ ଯିବା ସମୟରେ ଚନ୍ଦାହାଣ୍ଡି ସଦର ମହକୁମାଠାରୁ ସେମଲାଗୁଡା, ସିନାପାଲି, ଦଣ୍ଡାମୁଣ୍ଡା, ଧୋଡିପାଣି, ଡଙ୍ଗରୀଗୁଡା, ରାମପୁର,ଦହିମାଲ ଗ୍ରାମ ଅତିକ୍ରମ କଲାପରେ କୁହୁଡି ଗ୍ରାମ ତାପରେ ପାଦଚଳା ୪ କିଲୋମିଟର ରାସ୍ତା ଗଲା ପରେ ଭଏଁରା ଘୁମର ଜଳପ୍ରପାତ ପଡିଥାଏ । କୁହୁଡି ଠାରୁ ଯିବା ରାସ୍ତାରେ ପାହାଡିଆ ରାସ୍ତା , ଜଙ୍ଗଲ ଓ ଛୋଟ ଛୋଟ ନାଳ ପାର ହୋଇ ଜଳପ୍ରପାତ ଯିବାକୁ ପଡୁଥିବାରୁ ପର୍ଯ୍ୟଟକମାନେ ହଇରାଣ ହୋଇଥାନ୍ତି । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକକୁ ବେଶୀ ଆକୃଷ୍ଟ କରିଥାଏ । ଚାରିପଟ ଘଞ୍ଚ ଜଙ୍ଗଲ ସାଙ୍ଗକୁ ଏକ ବିରାଟ ପଥର ଦେଇ ପ୍ରାୟ ୫୦୦ଫୁଟ ତଳେ ପାଣି ପଡ଼ିଥିବା ଦୃଶ୍ୟ ଦେଖି ପର୍ଯ୍ୟଟକମାନେ ବିଭର ହୋଇପଡନ୍ତି ।

hiring

ଜଳପ୍ରପାତର୍‌ ପାଣି ଚନ୍ଦାହାଣ୍ଡି ବ୍ଲକ କୁହୁଡି ଗ୍ରାମକୁ ଯାଉଛି । ପାହାଡ଼ ଉପରୁ କୁହୁଡି ଗ୍ରାମ ଅତି ମନୋରମ ଦେଖା ଯାଇଥାଏ । ଏଠାରେ ଛୋଟଛୋଟ ଜଳପ୍ରପାତ ମଧ୍ୟ ରହିଛି । ବିଶେଷ କରି ଏଠାରେ ସନ୍ଧ୍ୟା ସମୟରେ ଦୃଶ୍ୟ ଅତି ମନୋରମ । ପାହାଡ଼ରୁ ଖସି ଆସୁଥିବା ପାଣି ଉପରେ ଅସ୍ତଗାମୀ ସୂର୍ଯ୍ୟ କିରଣ ପଡି ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରିଥାଏ । ଶୀତ ଋତୁ ଆସିଲେ ଏଠାରେ ଆଖପାଖ ଅଞ୍ଚଳ,ଚନ୍ଦାହାଣ୍ଡି,ଝରିଗାଁ ବ୍ଲକର ଅନେକ ଲୋକ ବଣଭୋଜି କରିଥାନ୍ତି । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋରମ ହୋଇଥିଲେ ହେଁ ପର୍ଯ୍ୟଟନସ୍ଥଳୀର ବିକାଶ ନିମନ୍ତେ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଇନି । ଦୁର୍ଗମ ଅଞ୍ଚଳରେ ଥିବାରୁ ଏହି ପର୍ଯ୍ୟଟନସ୍ଥଳୀ ଲୋକ ଲୋଚନକୁ ଆସିପାରୁନି । ଯଦି ପ୍ରଶାସନ ତରଫରୁ ଏହି ପର୍ଯ୍ୟଟନସ୍ଥଳୀର ଉନ୍ନତି ପାଇଁ ଦୃଷ୍ଟି ଦିଆଯାଏ ତେବେ ବିଭିନ୍ନ ଅଞ୍ଚଳର ପର୍ଯ୍ୟଟକ ଏଠାକୁ ଆସି ମନୋରମ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରନ୍ତେ ବୋଲି ସାଧାରଣରେ ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

18 − 10 =