ବର୍ଷା ଜଳ ସଂଗୃହିତ କାର୍ଯ୍ୟକ୍ରମ
ଫୁଲବାଣୀ:
ଫୁଲବାଣୀ ସହରର ସ୍ଥାନୀୟ ପବ୍ଲିକ ଇଂରାଜୀ ମିଡିୟମ ସ୍କୁଲ ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ବର୍ଷା ଜଳ ସଂଗୃହିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଅନୁଷ୍ଟିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ପବ୍ଲିକ ସ୍କୁଲର ଅଧକ୍ଷ ମନୋରଞ୍ଜନ ରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶିକ୍ଷୟତ୍ରୀ ସ୍ୱର୍ଣ୍ଣଲତା ପଣ୍ଡା, ନମିତା ରଥ, ଦେବସ୍ମିତା ମିଶ୍ର, ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା, ସ୍ୱେଚ୍ଛାସେବୀ ସିବେନ୍ଦ୍ର ଡିଗାଲ, ସୋନାଲି ଡିଗାଲ, ରୀତିମା ବାଘ, ମିନି କହଁର, ଚନ୍ଦ୍ରମଣୀ ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀମାନଙ୍କୁ ନେଇ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଏଥିରେ ଜିଜ୍ଞାସା ପଣ୍ଡା ପ୍ରଥମ, ଦ୍ୱିତୀୟ କାର୍ତ୍ତିକେଶ୍ୱର ନାୟକ ଏବଂ ତୃତୀୟ ଧରିତ୍ରୀ ରାୟ ହୋଇଥିଲେ । ବିଜୟୀ ପ୍ରତିଯୋଗୀମାନଙ୍କୁ ଟ୍ରଫି, ପ୍ରମାଣ ପତ୍ର ଦେଇ ପୁରସ୍କୃତ ଅତିଥି ମାନଙ୍କ ଦ୍ୱାରା କରାଯାଇଥିଲା । ମୁଖ୍ୟ ଅତିଥି ଅନୁଷ୍ଠିତ ଦିବସର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ । ପରିଶେଷରେ ସ୍ୱେଚ୍ଛାସେବୀ ସିବେନ୍ଦ୍ର ଡିଗାଲ ମୁଖ୍ୟ ଅତିଥି, ଅନ୍ୟାନ୍ୟ ଅତିଥି, ଓ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଥିବା ବେଳେ ଚନ୍ଦ୍ରମଣୀଦେହୁରୀ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।