ବିକାଶଠୁ ବହୁଦୂରରେ ତିନୋଟି ଗାଁ, ଅଭିଶପ୍ତ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ

0 127

ବାଲିଗୁଡ଼ା:

ବଣ ପାହାଡ଼ ଘେରା କନ୍ଧମାଳ ଜିଲ୍ଲା ରେ ବିକାଶଠୁ ବହୁଦୂରରେ ତିନୋଟି ଗାଁ। ପ୍ରକୃତି କୋଳରେ ବସବାସ କରନ୍ତି ଅଧିକାଂଶ ଅନୂସୁଚିତ ଜାତି ଓ ଜନଜାତି ବର୍ଗର ଲୋକେ । ପ୍ରଶାସନିକ ଅବହେଳା କାରଣରୁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ନିରୀହ ଗ୍ରାମବାସୀ । ନା ଅଛି ରାସ୍ତା,ନାଅଛି ବିଜୁଳି ଆଲୁଅ ନା ଅଛି ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା । ଶିକ୍ଷା ଓ ସ୍ୱାସ୍ଥ୍ୟ କଥା ନକହିବା ଭଲ । ଏଭଳି ଅଭିଶପ୍ତ ଜୀବନ ବିତାଉଛନ୍ତି ତିନୋଟି ଗ୍ରାମର ୨୦୦ରୁ ଉର୍ଦ୍ଧ୍ୱ ପରିବାର । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ଦାସିଙ୍ଗିବାଡି ଗ୍ରାମ ପଞ୍ଚାୟତ ଗଡ଼ାପାକାଲି,ଦାଲାଗାଡୁ ଓ ପ୍ରିହେଡ଼ିପଙ୍କା ଗ୍ରାମରେ ସ୍ଥିତି ପରଖିବା ପାଇଁ ପହଁଚିଥିଲେ ଆମ ପ୍ରତିନିଧି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଦାସିଙ୍ଗିବାଡ଼ି ଗ୍ରାମ ପଞ୍ଚାୟତର ଗଡ଼ାପାକାଲି ଗାଁ । ଏହି ଗାଁକୁ ମୁଖ୍ୟ ରାସ୍ତାରୁ ପାଖାପାଖି ୧୫ କିଲୋମିଟର ଅଙ୍କାବଙ୍କା, ଖାଲଢିପ ପାହାଡ଼ିଆ ରାସ୍ତାରେ ଯିବାକୁ ପଡେ ।

ଗାଁରେ ପାଖାପାଖି ୩୦ରୁ ୪୦ ପରିବାର ବସବାସ କରନ୍ତି । ସମସ୍ତେ ପ୍ରାୟତଃ ଖଟିଖିଆ ଶ୍ରେଣୀର ଲୋକେ । ଗଡ଼ାପାକାଲି ଗାଁ ରେ ଏକ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ଅଛି,ହେଲେ ଶ୍ରେଣୀଗୃହ ଓ ଅଙ୍ଗନୱାଡ଼ି ଗୃହ ଏଯାବତ୍‌ ନିର୍ମାଣ ହୋଇପାରିନାହିଁ । ଫଳରେ ଭଙ୍ଗା ଦଦରା କୁଆଡ଼ିଘରେ ଖରା ବର୍ଷା ଶୀତରେ ୨୮ଜଣ ପିଲାଙ୍କ ଭବିଷ୍ୟତ ଗଢ଼ା ଚାଲିଛି ତିନିଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା । ବିଦ୍ୟାଳୟ ଗୃହ ଓ ଅଙ୍ଗନୱାଡ଼ି ଗୃହ ନିର୍ମାଣ କରାଗଲେ ନିଜେ ସୁରକ୍ଷିତ ରହିବାସହ ଠିକ୍‌ ଭାବରେ ଶିକ୍ଷାଦାନ ହୋଇପାରନ୍ତା ବୋଲି କହିଛନ୍ତି ଶିକ୍ଷୟତ୍ରୀ ଓ ଅଭିଭାବକ ।

hiring
ବିକାଶଠୁ ବହୁଦୂରରେ ତିନୋଟି ଗାଁ


ରାସ୍ତା ଅଭାବରୁ ଗାଁ ର କୌଣସି ବିକାଶ ହୋଇପାରୁନାହିଁ । ଏଥିସହିତ ଗାଁକୁ ବିଜୁଳି ଆଲୁଅ ସାତସପନ ହୋଇପଡ଼ିଥିବା ବେଳେ ବିଶୁଦ୍ଧ ପାନୀୟ ଜଳର ଅଭାବ ରହିଛି । ଫଳରେ ଲୋକେ ନଦୀ,ନାଳ ଚୁଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ଯୋଗୁଁ ଗାଁକୁ ପହଞ୍ଚି ପାରୁନାହିଁ ଆମ୍ବୁଲାନ୍ସ । ଗର୍ଭବତୀ ମହିଳାଙ୍କୁ ବୋହି ଡାକ୍ତରଖାନା ନେବାବେଳେ ଅନେକ ମହିଳା ରାସ୍ତା ଘାଟରେ ପ୍ରସବ କରୁଥିବା ବେଳେ ଅନେକ ରୋଗୀ ଡାକ୍ତରଖାନା ପହଞ୍ଚି ନପାରି ଅକାଳ ମୃତ୍ୟୁବରଣ କରିଥିବା ନଜିର ରହିଛି ।

ଗଡ଼ାପାକାଲି ଗାଁ ସମେତ ଦାଲାଗାଡୁ ଓ ପ୍ରାହେଡ଼ିପଙ୍କା ଗ୍ରାମର ୨୦୦ରୁ ଉର୍ଦ୍ଧ୍ୱ ପରିବାର ଦୈନନ୍ଦିନ ଜୀବନରେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ସେପଟେ ଏନେଇ ଦାରିଙ୍ଗବାଡ଼ି ବିଡ଼ିଓଙ୍କୁ ଯୋଗାଯୋଗ କରିବାରୁ ଆମେ ଏବିଷୟରେ ଅବଗତ ଅଛୁ । ଖୁବଶୀଘ୍ର ରାସ୍ତା ନିର୍ମାଣ ସହ ଅଞ୍ଚଳର ଅନ୍ୟାନ୍ୟ ସମସ୍ୟା ସୁଧାରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛୁ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର ।
ହେଲେ ପ୍ରଶାସନର ପ୍ରତିଶୃତି କେତେ କାର୍ଯ୍ୟକାରୀ ହେଉଛି ଏବଂ ଅଞ୍ଚଳବାସୀଙ୍କ ସମସ୍ୟା କେବେ ସୁଧୁରୁଛି ତାହା ଦେଖିବାକୁ ବାକି ରହିଲା ।

hiranchal ad1
Leave A Reply

Your email address will not be published.

twenty − one =