ଘୁ.ଉଦୟଗିରି : ଘୁ ଉଦୟଗିରି ବସଷ୍ଟାଣ୍ଡ ସାହିସ୍ଥିତ ନିରୂପମା ଜେନାଙ୍କ ଘରେ ନିଆଁ ଲାଗି ପ୍ରଚୁର ଧୁଆଁ ହୋଇ ପାଖ ପଡିଶା ଧୁଆଁରେ ପୂର୍ଣ୍ଣ ହୋଇଥିବା ଦେଖିବାକୁ ମିଳିଥିଲା । ସୂଚନାରୁ ଜଣାପଡିଛି ଯେ, ଶିକ୍ଷୟତ୍ରୀ ନିରୂପମା ଜେନା ନିଜ ପୂଜା ଘରେ ଆଳତି ଦେବା ପରେ ବାହାରକୁ ଆସିଥିଲେ ।କିଛି ସମୟ ପରେ ଦେଖିଲା ବେଳକୁ ଘର ଭିତରେ ଧୁଆଁ ପରିପୂର୍ଣ୍ଣ । ଘରେ ପଶିବାକୁ ସଭିଏ ଡରିଲେ କାରଣ କାଳେ ଶ୍ୱାସ ରୁଦ୍ଧ ହେବ ବୋଲି । ସେପଟେ ସାହି ପଡିଶା ଅଞ୍ଚଳର ଲୋକେ ରୁଣ୍ଡ ହୋଇ ନିଆ ଲାଗିଥିବା ବା ଧୁଆଁ ହେଇଥିବା କାରଣ ଖୋଜି ବାହାର କରିବା ପ୍ରୟାସ କଲେ କିନ୍ତୁ ଫଳ ଶୂନ । କେହି ଜଣେ ବାରିପଟୁ କବାଟ ଭାଙ୍ଗି ଭିତରେ ପଶି ଦେଖିବା ବେଳକୁ ପୂଜା ଘରେ ଆଳତି ତଳେ ପଡି ପାଖରେ ଥିବା ସଫାରେ ନିଆଁ ଲାଗି ଯାଇଛି ।
ଯାହା ଫଳରେ ନିଆ କୁହୁଲି ଧୁଆଁରେ ଘର ପରିପୂର୍ଣ୍ଣ ହୋଇଛି । ସେପଟେ ଅଗ୍ନିଶମ କାର୍ଯ୍ୟାଳୟକୁ ଜଣେଇଥିଲେ ମଧ୍ୟ ଏହା ବିଳମ୍ବରେ ପହଞ୍ଚି ନିଆଁ ଓ ଧୁଆଁକୁ ଆୟତ୍ତ କରିଥିଲେ ଏବଂ ବହୁତ ବଡ ଘଟଣାରୁ ମୁକ୍ତ କରିଥିଲେ । ଅଗ୍ନିଶମ କର୍ମଚାରୀ ବିଳମ୍ବରେ ପହଞ୍ଚିଥିବା ଅଭିଯୋଗ କରି ନିରୂପମା ଜେନା କହିଛନ୍ତି କି ଯଦି ଅନ୍ୟ କିଛି ଘଟଣା ହେଇଥିଲେ ଆଜି ସମ୍ପୂର୍ଣ୍ଣ ସରିଥାନ୍ତା । ପାଖରେ ଅଗ୍ନିଶମ ବିଭାଗ ଥାଇକି ଲାଭ କ’ଣ ବୋଲି ପ୍ରଶ୍ନ କରିଛନ୍ତି? ତେବେ ଅଗ୍ନିଶମ ବିଭାଗ ପକ୍ଷରୁ ଠିକ ସମୟରେ ଆମେ ଖବର ପାଇ ଆସିଲୁ ବୋଲି ପ୍ରକାଶ କରିଛନ୍ତି । ଏକ ବଡ଼ ଅଭାବନୀୟ ଘଟଣାରୁ ନିରୂପମା ଜେନା ଓ ତାଙ୍କ ଝିଅ ବର୍ତ୍ତିଯାଇଛନ୍ତି ।