ହାର୍ଡକୋର ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

0 84

ନବରଙ୍ଗପୁର,୧୨/୧୨- ନବରଙ୍ଗପୁର ପୋଲିସ ନିକଟରେ ହାର୍ଡକୋର ମହିଳା ମାଓବାଦୀ ଆତ୍ମସମର୍ପଣ କରିଛି । ନବରରଙ୍ଗପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ମହିଳା ମାଓବାଦୀ କମଲେଶ୍ୱରୀ ମାରିଆ ଓରଫ ଅମିଲା ନୂଆପଡା ମେଇନପୁର ଡିଭିଜନ ମାଓ ସଂଗଠନର ଜଣେ ସକ୍ରିୟା ସଦସ୍ୟ ଥିଲା । ଛତିଶଗଡ ରାଜ୍ୟର ହାନମୁଣ୍ଡି ଗ୍ରାମର ବାସିନ୍ଦା ଥିବା ଏହି ମହିଳା ୨୦୧୯ ମସିହାରେ ମାଓ ସଂଗଠନରେ ଯୋଗ ଦେଇଥିଲା । ମାଓ କମାଣ୍ଡର ସତ୍ୟମ ଗଉଡା ଅଧୀନରେ ସେ ମାଓବାଦୀ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିଥିଲା । ଯେହେତୁ ସେ +୨ ପାଠ ପଢି ହିନ୍ଦୀ ଓ ଇଂରାଜୀ ଭାଷା ଜ୍ଞାନ ଥିଲା, ତାକୁ ମାଓ ବିଚାରଧାରା ବିଷୟରେ ଛୁଆମାନଙ୍କୁ ପଢ଼ାଇବାରେ ଓ ରୋଷେଇ କାମରେ ମାଓବାଦୀମାନେ ନିୟୋଜିତ କରାଯାଉଥିବା ଡିଆଇଜି ଶ୍ରୀ ପଣ୍ଡିତ ପ୍ରକାଶ କରିଥଲେ । ସେ ଓଡ଼ିଶା ଓ ଛତିଶଗଡ଼ରେ କେଉଁସବୁ ମାଓ ହମଲାରେ ସଂପୃକ୍ତ ଥିଲା ତାହା ଅନୁସନ୍ଧାନ ଚାଲିଛି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ । ତେବେ ମାଓ ସଂଗଠନରେ ଶୋଷଣ ହେଉଥିବାରୁ ଅତିଷ୍ଠ ହୋଇ ସରକାରଙ୍କ ରିହାବିଲଟେସନ ସ୍କିମରେ ଆକୃଷ୍ଟହୋଇ ସଂଗଠନକୁ ତ୍ୟାଗକରି ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ମହିଳା ମାଓବାଦୀକୁ ରିହାବିଲଟେସନ ସ୍କିମ ଅନୁଯାୟୀ ଓଡ଼ିଶା ସରକାରଙ୍କ ଯାହାସବୁ ସୁବିଧା ଅଛି ତାହାର ବ୍ୟବସ୍ଥା କରାଯିବ ବୋଲି ଡିଆଇଜି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି । ଯେଉଁ ମାଓବାଦୀମାନେ ଅଛନ୍ତି ସେମାନେ ହିଂସାତ୍ମକ ରାସ୍ତାକୁ ତ୍ୟାଗକରି ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାପାଇଁ ଡିଆଇଜି ରାଜେଶ ପଣ୍ଡିତ ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ୧୨ ବାଟାଲିୟନ ସିଆରପିଏଫର ସେକେଣ୍ଡ ଇନ କମାଣ୍ଡେଣ୍ଟଏନ. ରତନ କୁମାର ସିଂ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୁରୁଷୋତ୍ତମ ଦାସ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eleven + thirteen =