ପାଟଣାଗଡରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍‌

0 143

ପାଟଣାଗଡ : ପାଟଣାଗଡ଼ଠାରେ ଆଗାମୀ ଦିନରେ ସ୍ଥାପନ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ଆଜି ପାଟଣାଗଡରେ ପହଞ୍ଚି ସ୍ଥାନ ନିରୂପଣ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି । କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ କେନ୍ଦ୍ରୀୟ ବିଦ୍ୟାଳୟ ଅତିରିକ୍ତ ସଚିବ ଜ୍ୟୋତି କୁମାର, କେନ୍ଦ୍ରୀୟ ନିର୍ବାହ ଯନ୍ତ୍ରୀ ବି ନାଏକ, ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଆର୍‌କେ ପାଣିଗ୍ରାହୀ ଓ ପାଟଣାଗଡ଼ ତହସିଲଦାର ଡ.଼ ପୁଷ୍ପାଞ୍ଜଳି ପଣ୍ଡା କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳଙ୍କ ସହ ଉପସ୍ଥିତ ରହି ଆଜି ପାଟଣାଗଡ଼ ପହଞ୍ଚି ଉଲବା ଓ କଉଡିଆ ଯିବା ରାସ୍ତାରେ ପାଖରେ ଥିବା ଦୁଇ ତିନୋଟି ସ୍ଥାନ ନିରୁପଣ କରିଥିବା ଜଣାପଡିଛି ।

hiring

ପରେ ଏନେଇ ତହସିଲ କାର୍ଯ୍ୟାଳୟକୁ ଯାଇ ସବିଶେଷ ଆଲୋଚନା କରାଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯିବ ବୋଲି ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଆର୍‌ କେ ପାଣିଗ୍ରାହୀଙ୍କ ଠାରୁ ଜଣାପଡିଛି । ପାଟଣାଗଡ ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବାକୁ ଅଞ୍ଚଳବାସୀଙ୍କ ଦୀର୍ଘ ଦିନରୁ ଦାବି ରହିଆସୁଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ସରକାରଙ୍କ ପଦକ୍ଷେପ ଗ୍ରହଣ କରିଥିବାରୁ ପାଟଣାଗଡ଼ ଅଞ୍ଚଳବାସୀ ଦାବି ପୂରଣ ହୋଇଛି ବୋଲି ମତପ୍ରକାଶ ପାଇଛି ।

ଅନ୍ୟ ପକ୍ଷରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିଯିବା ପୂର୍ବରୁ ପାଟଣାଗଡ଼ରେ ଅସ୍ଥାୟୀ ଭାବରେ କେନ୍ଦ୍ରୀୟ ବିଦ୍ୟାଳୟ ଚାଲୁରହିବ ବୋଲି ବିଶ୍ୱାସ୍ତ ସୂତ୍ରରୁ ଜଣାପଡିଛି ।

hiranchal ad1
Leave A Reply

Your email address will not be published.

twelve + 3 =