ସନ୍ତରଣ ପ୍ରତିଯୋଗିତା | ସୁବର୍ଣ୍ଣପୁରରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତା

0 247

ସୁବର୍ଣ୍ଣପୁର : ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସୁବର୍ଣ୍ଣପୁରସ୍ଥିତ ନବ ନିର୍ମିତ ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍‌ରେ ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମା’ ଝାଡେଶ୍ୱରୀ ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଏହି ସନ୍ତରଣ ପ୍ରତିଯୋଗିତାରେ ୯ଟା ମହାବିଦ୍ୟାଳୟର ୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ସନ୍ତରଣର କଳା-କୌଶଳ ପ୍ରଦର୍ଶନ କରିଛନ୍ତି । ଉଭୟ ମହିଳା ଓ ପୁରୁଷ ବିଭାଗରେ ଫ୍ରି ଷ୍ଟାଇଲ୍‌ , ବଟର ଫ୍ଲାଏ, ବେକ୍‌ଷ୍ଟ୍ରୋକୁ ନେଇ ୫୦ମିଟର, ୧୦୦ମିଟର,୨୦୦ମିଟର ଓ ୪୦୦ମିଟର ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ କୃତୀ ସନ୍ତରଣକାରୀଙ୍କୁ ଜାତୀୟସ୍ତରର ଆନ୍ତଃ ବିଶ୍ୱ ବିଦ୍ୟାଳୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ମନୋନୀତ କରାଯାଇଛି ।

hiring

ସନ୍ତରଣ ପ୍ରତିଯୋଗିତାକୁ କ୍ରୀଡାବିତ୍‌ ଲକ୍ଷ୍ମୀଧର ମହାକୁର ଓ ଆଶୁତୋଷ ନାୟକ ପରିଚାଳନା କରିଥିଲେ । ରାମ କୁମାର ସାହୁଙ୍କ ପରିଚାଳନାରେ ଆୟୋଜିତ ଉଦଯାପନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଅତିଥିଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିଥିଲେ ।

hiranchal ad1
Leave A Reply

Your email address will not be published.

fifteen − eight =