ଇକୋ ରିଟ୍ରିଟ-୨୦୨୧ | ରାମଚଣ୍ଡୀରେ ଉଦଘାଟିତ ହୋଇଛି ଇକୋ ରିଟ୍ରିଟ-୨୦୨୧

0 78

ପୁରୀ : ଉଦଘାଟିତ ହୋଇଛି ଇକୋ ରିଟ୍ରିଟ ୨୦୨୧ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ରେ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି ଏହି ଉତ୍ସବକୁ । ତୃତୀୟ ବର୍ଷରେ ପାଦ ଦେଇଛି ଏହି କାର୍ୟ୍ୟକ୍ରମ । ଏହାକୁ ନେଇ ଉତ୍ସାହିତ ଅଛନ୍ତି ପର୍ଯ୍ୟଟକ । କୋଭିଡ କଟକଣା ଭିତରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପର୍ଯ୍ୟଟକ ବିକାଶ ରେ ସହାୟକ ହେବ ବୋଲି ଆଶା ରଖିଛି ପର୍ଯ୍ୟଟକ ବିଭାଗ ।
କୋଭିଡ କଟକଣା ଭିତରେ ୩ୟ ଥର ଭାବରେ ଗଜୁରାଟର ରାନ ଉତ୍ସବ ଢଙ୍ଗରେ ଆୟୋଜିତ ଇକୋ ରିଟ୍ରିଟ ଉତ୍ସବ ଉଦଘାଟିତ ହୋଇଅଛି । ବିଶେଷକରି ବିଦେଶୀ ପର୍ଯ୍ୟଟକଙ୍କ ସହିତ ବିଭିନ୍ନ ରାଜ୍ୟର ପର୍ଯ୍ୟଟକ ଏହି ଉତ୍ସବରେ ଯୋଗ ଦେଇ ଏହି ଉତ୍ସବକୁ ସଫଳ କରିଥିବାର ଦେଖିବାକୁ ମିଳିଛି । ଏଥିପାଇଁ ଦିନକୁ ୯ ହଜାରରୁ ୩୦ହଜାର ଟଙ୍କା ଦେଇ ଏହାର ଲାଭ ଉଠାଇପାରିବେ ପର୍ଯ୍ୟଟକ । କୋଣାର୍କ ରାମଚଣ୍ଡୀ ଠାରେ ପର୍ଯ୍ୟଟନ ବିଭାଗ ୫୦ ଗୋଟି କଟେଜ କରି ପର୍ଯ୍ୟଟକମାନଙ୍କୁ ଏଥିରେ ପଂଚ ତାରକା ହେଟୋଲର ସୁବିଧା ସୁଯୋଗ ଯୋଗାଇ ଦେବାର ବ୍ୟବସ୍ଥା କରିଛି ପର୍ଯ୍ୟଟନ ବିଭାଗ । । ଦିନକ ପାଇଁ ପର୍ଯ୍ୟଟକ ମାନେ ୯ ହଜାର ଟଙ୍କାରୁ ୩୦ ହଜାର ଟଙ୍କା ବ୍ୟୟ କରି ଏହାର ଲାଭ ପାଇ ପାରିବେ ।

ଏହା ସହିତ ସେମାନଙ୍କୁ ଓଡିଶାର ବିଭିନ୍ନ ପାରପଂରିକ ଖାଦ୍ୟ, ସହିତ ବିଦେଶୀ ଖାଦ୍ୟ, ବୋଟିଂର ବ୍ୟବସ୍ଥା, ସହିତ, ବିଚ୍‌ ଭଲିବଲ ଭଳି ସୁବିଧା ଯୋଗାଇ ଦେବା ସହିତ ବିଭିନ୍ନ ପର୍ଯ୍ୟଟନ ସ୍ଥାନ ବୁଲିବାର ସୁଯୋଗ ପାଇବେ ପର୍ଯ୍ୟଟକ । ଏହାଛଡା ସେମାନଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ସମ୍ୱଲପୁରୀ, ଓଡିଶୀ, ଆଦିବାସୀ ନୃତ୍ୟ ସହିତ ବଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପର୍ଯ୍ୟଟକମାନଙ୍କୁ ସେବା ଯେଗାଇ ଦେବ ପର୍ଯ୍ୟଟନ ବିଭାଗ । ଏହାଛଡା ପର୍ଯ୍ୟଟକମାନଙ୍କ ପାଇଁ ରେଷ୍ଟୁରାଣ୍ଟ, ବ୍ୟାଟେରୀଚାଳିତ ଗାଡି, ଫୁଡ ଷ୍ଟ୍ରଲର ମଜା ଉଠାଇ ପାରିବେ ପର୍ଯ୍ୟଟକ । ସେପଟେ ଏଭଳି କାର୍ଯ୍ୟକ୍ରମ ଓଡିଶାର କୋଣାର୍କରେ ୩ୟଥର ଭାବରେ ହୋଇଥିବା ବେଳେ ଏହା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିପାରିଛି । ଏହାଛଡା ଆଜି ଏହି ଇକୋ ରିଟ୍ରିଟ କାର୍ଯ୍ୟକ୍ରମ ରାଜ୍ୟର ୭ ଟି ସ୍ଥାନରେ ରେ କରାଯାଉଥିବା ବେଳେ ଏହା ପର୍ଯ୍ୟଟନ ଶିଳ୍ପର ବିକାଶରେ ସହଯୋଗ କରିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

hiring

ସେପଟେ ଏଭଳି କାର୍ଯ୍ୟକ୍ରମ ପର୍ଯ୍ୟଟକ ମାନଙ୍କ ଦ୍ୱାରା ଆଦୃତ ହେଉଥିବା ବେଳେ ଏହାକୁ ମନୋଭରୀ ଉପଭୋଗ କରୁଛନ୍ତି ପର୍ଯ୍ୟଟକ । ସେପଟେ ସମୁଦ୍ରର ଶୀତୁଆ ପବନ ଓ ସୂର୍ୟ୍ୟାସ୍ତ କୁ ଅତି ନିକଟରୁ ଦେଖି ବିମୋହିତ ହୋଇଛନ୍ତି ପର୍ଯ୍ୟଟକ । ଏଭଳି କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ପର୍ଯ୍ୟଟନ ବିକାଶରେ ସହାୟକ ହେବ ବୋଲି କହିଥିବା ବେଳେ ଅଧିକରୁ ଅଧିକ ପର୍ଯ୍ୟଟକ ଆଗାମୀ ଦିନରେ ଏଠାରେ ଆସି ଏହାକୁ ଉପଭୋଗ କରିବେ ବୋଲି ସରକାରଙ୍କ ବରିଷ୍ଠ ମନ୍ତ୍ରୀ କହିଥିବା ବେଳେ ଏହା କେବଳ ଦେଶ ନୁହେଁ ବିଦେଶ ରେ ମଧ୍ୟ ପ୍ରଭାବ ବିସ୍ତାର କଲାଣି । ଆଗାମୀ ଦିନରେ ଦେଶ ବିଦେଶର ନାମିଦାମୀ କମ୍ପାନୀ ସେମାନେ ଏଠାରେ ଆସି କାର୍ଯ୍ୟକ୍ରମ କରିବାର ଯୋଜନା ରହିଛି । ଏହା ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ରେ ଏକ ମାଇଲ ଖୁଣ୍ଟ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଆଜି ଠାରୁ ଉଦଘାଟିତ ହୋଇଥିବା ଏହି ଇକୋ ରିଟ୍ରିଟ ଉତ୍ସବ ଆସନ୍ତା ଫେବୁଆରୀ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏହାର ମଜା ଉଠାଇ ପାରିବେ ବିଦେଶୀ ଓ ବିଭିନ୍ନ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକମାନେ । ତେବେ ପ୍ରଥମ ଦିନ ଠାରୁ ଏହି କାର୍ଯ୍ୟକ୍ରମ ପ୍ରତି ପର୍ଯ୍ୟଟକ ମାନଙ୍କ ଆଗ୍ରହ ବୃର୍ଦ୍ଧି ପାଇଥିବା ବେଳେ ଏହି କାର୍ଯ୍ୟକ୍ରମ ପାଇଁ ଆଜି ୫ ଗୋଟି ବୁକିଂ ଥିବାର ସୂଚନା ରହିଛି । ସେପଟେ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

twenty − 15 =