ଗ୍ରାମ୍ୟ ରତ୍ନ ଶିରୋମଣି ଚୂଡାମଣି ପାଣିଗ୍ରାହୀ ଙ୍କ ଅକାଳ ବିୟୋଗ

0 120

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ଗମ୍ଭାରୀ ଗ୍ରାମର ଅବସରପ୍ରାପ୍ତ ବିଶିଷ୍ଟ ଶିକ୍ଷକ ଗ୍ରାମ୍ୟ କବିରତ୍ନ,ଗ୍ରାମ୍ୟ ଶିରୋମଣୀ, କବି ସାରଥୀ ଚୂଡ଼ାମଣି ପାଣିଗ୍ରାହୀଙ୍କ ମଙ୍ଗଳବାର ରାତ୍ର ଘଣ୍ଟା ୧୧.୪୫ରେ ଅକାଳ ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ହୋଇଥିଲା । ଶ୍ରୀ ପାଣିଗ୍ରାହୀ ଜଣେ ପ୍ରକୃତି ପ୍ରେମୀ, ପରୋପକାରୀ, ମିଷ୍ଟାନ୍ନଭାଷି, ଦରଦୀ ବନ୍ଧୁ, ପଶୁ ପ୍ରେମୀ, ମେଳାପୀ, ଜଣେ ଭଦ୍ର ବ୍ୟକ୍ତି ଥିଲେ । ସେ ଦୀର୍ଘ ଦିନରୁ ହୃଦଘାତ ରୋଗରେ ଆକ୍ରାନ୍ତ ଥିବାବେଳେ ଜୀବନ ଓ ମୃତ୍ୟୁର ସଂଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି । ଜଣେ ଅବସରପ୍ରାପ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗମ୍ଭାରୀର ଶିକ୍ଷକ ।

ସ୍ୱର୍ଗତ ପାଣିଗ୍ରାହୀ ତାଙ୍କ ସ୍ୱରଚିତ କବିତା ରାଜ୍ୟ ସ୍ତରୀୟ ପୁରସ୍କାର ପାଇ ସୁନାମଧନ୍ୟ କବି ଭାବରେ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ସମୟରେ ବଡ଼ ପୁଅ ଦୁର୍ଗା ପ୍ରସାଦ ପାଣିଗ୍ରାହୀ , ବୋହୂ କବିତା ପାଣିଗ୍ରାହୀ, ମଝିଆ ପୁଅ ରମା ରଞ୍ଜନ ପାଣିଗ୍ରାହୀ (ନୀଳ) ତାଙ୍କ ସ୍ତ୍ରୀ ବୈଜୟନ୍ତି ପାଣିଗ୍ରାହୀ ଓ ସାନ ପୁଅ ଶ୍ରୀୟା ବଲ୍ଲଭ ପାଣିଗ୍ରାହୀ ବୋହୂ ଲିଲି ପାଣିଗ୍ରାହୀ , ନାତୀନାତୁଣୀ ଆର୍ଦ୍ରଶ , ଆଭାସ, ଅନୁରାଗ, ଅଂଶୁମାନ, ଅଙ୍କିତା ଅର୍ପିତାଙ୍କୁ ଛାଡି ଚାଲିଯାଇଛନ୍ତି । ତାଙ୍କ ଦେହାନ୍ତ ହେବାର ଖବର ପାଇ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ଅଞ୍ଚଳରେ ବେଶ ପରିଚିତ ଥିଲେ,ତାଙ୍କର ଶେଷ ଦର୍ଶନ ପାଇଁ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ବିଶେଷ ତଥା ପ୍ରିୟ ବନ୍ଧୁ ତାଙ୍କର ବାସଭବନ ଆସିଥିଲେ ।

hiring

ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କର ବଡ଼ ପୁଅ ଦୂର୍ଗା ପ୍ରସାଦ ପାଣିଗ୍ରାହୀ ମୁଖାଗ୍ନି ଦେଇଥିଲେ । ଶ୍ରୀ ପାଣିଗ୍ରାହୀଙ୍କ ଅକାଳ ବିୟୋଗରେ ପୂର୍ବତନ ମନ୍ତ୍ରୀ ତଥା ପାଟଣାଗଡ଼ ମହାରାଜା କନକବର୍ଦ୍ଧନ ସିଂହଦେଓ , ବଲାଙ୍ଗୀର ସାଂସଦ ସଂଗିତା କୁମାରୀ ସିଂ ଦେଓ , ପାଟଣାଗଡ଼ ବ୍ଳକ ଅଧ୍ୟକ୍ଷ ଭକ୍ତ ବନ୍ଧୁ ନାଏକ ପ୍ରମୁଖ ଶୋକ ପ୍ରକାଶ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ତାଙ୍କର ଶବାଧାରରେ ପାଟଣାଗଡ଼, ବେଲପଡା, ଖପ୍ରାଖୋଲ ଅଞ୍ଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରିୟ ବନ୍ଧୁଗଣ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

19 + twelve =