ତପସ୍ୱିନୀ ଙ୍କ ପିଟିସନ୍‌ | ମୋ ଜୀବନକୁ ବରବାଦ କରିଦେଲେ ତପସ୍ୱିନୀ : ସୁମିତ

0 153

ବ୍ରହ୍ମପୁର: ତପସ୍ୱିନୀ ମୋ ଜୀବନକୁ ବରବାଦ କରିଦେଲେ । ମିଛ ଅଭିଯୋଗ ଆଣି ତପସ୍ୱିନୀ ସମବେଦନା ସାଉଁଟୁଛନ୍ତି । ଏମିତି ଅଭିଯୋଗ କରିଛନ୍ତି ତପସ୍ୱିନୀଙ୍କ ଡାକ୍ତର ସ୍ୱାମୀ ସୁମିତ । ଆଜି ଫୋନ ଯୋଗେ ଗଣମାଧ୍ୟମ ଜରିଆରେ ଏମିତି ଅଭିଯୋଗ କରିଛନ୍ତି ସୁମିତ । ସେ ଆହୁରି କହିଛନ୍ତି ଯେ, ତପସ୍ୱିନୀଙ୍କ ସହ ୭ ଦିନ ରହିବା ପରେ ମଧ୍ୟ ସଂପର୍କ ଆଗକୁ ବଢିପାରି ନାହିଁ । ତାଙ୍କ ସହ ୭ ଦିନ ରହିବା ପରେ ଯେଉଁ ଅସୁବିଧା ସାମ୍ନା କରିଛି ତାହାକୁ କୋର୍ଟକୁ ଜଣାଇଛି । ତପସ୍ୱିନୀ ମିଛି ଅଭିଯୋଗ ଆଣି ମୋତେ ଓ ପରିବାରକୁ ବଦନାମ କରୁଛନ୍ତି । ମୁଁ ଏବେ ଅସୁସ୍ଥ ଅଛି । ଡାକ୍ତରଙ୍କୁ ଜଣାଇ ଛୁଟିରେ ଅଛି । ଅସୁସ୍ଥ ଥିଲେ ମଧ୍ୟ ମୁଁ ଭଡା ଘର ଖୋଜୁଛି ବୋଲି ସୁମିତ କହିଛନ୍ତି । ସେ ଏହି ଅବସରରେ ତପସ୍ୱିନୀଙ୍କୁ ଅନୁରୋଧ କରିଛନ୍ତି ଯେ, ମତେ ଆଉ ମୋ ପରିବାର ସଂପର୍କରେ ମିଛ କହି ବଦନାମ ନ କରନ୍ତୁ । ସେ ଆହୁରି କହିଛନ୍ତି ମୁଁ କିଡନାପ ହୋଇନି କି ଫେରାର ହୋଇନି । ଅସୁସ୍ଥ ଥିବାରୁ ଛୁଟିରେ ରହିଛି ।

hiring

ସୂଚନାଯୋଗ୍ୟ, ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀଙ୍କ ଦାମ୍ପତ୍ୟ ଜୀବନରେ ଆସିଥିବା ଝଡ଼କୁ ଦୂର କରିବା ପାଇଁ  ଉଭୟ  ୭ ଦିନ ଏକାଠି ରହିବାକୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଉଭୟ ଆସିକା ଚିନିକଳ ଗେଷ୍ଟ ହାଉସରେ ୭ ଦିନ ରହିଥିଲେ। ଜଣାପଡ଼ୁଥିଲା ଉଭୟଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଅଦିନ ଝଡ଼ ଥମି ଯିବ। ହେଲେ ତାହା ହୋଇନଥିଲା।

ଅଷ୍ଟମ ଦିନରେ ସୁମିତ ପତ୍ନୀ ତପସ୍ୱିନୀଙ୍କୁ ଛାଡ଼ି ପଳାଇ ଗଲେ। ଯାହା ଯାଇଛନ୍ତି ଯେ ଯାଇଛନ୍ତି। ଆଉ ଫେରିନାହାନ୍ତି। ହଜିଲା ସ୍ୱାମୀଙ୍କ ଫେରିବା ରାସ୍ତାକୁ ଚାହିଁ ଚାହିଁ ଆଜି ପୁଣି ଥରେ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ତପସ୍ୱିନୀ। ଡାକ୍ତର ସୁମିତ ସାହୁ କୋର୍ଟଙ୍କ ନିର୍ଦ୍ଦେଶକକୁ ଅବମାନନା କରିଛନ୍ତି ବୋଲି ତପସ୍ୱିନୀ ପିଟିସନ୍‌ରେ ଦର୍ଶାଇଛନ୍ତି।

hiranchal ad1
Leave A Reply

Your email address will not be published.

3 × five =