ଆଜି କୋର୍ଟରେ ହାଜର ହେବେ ସବ୍ୟସାଚୀ ଓ ଆଜାଦ୍‌

0 135

ଦଶପଲ୍ଲା : ନୟାଗଡ଼ ଜିଲ୍ଲାରେ ଘଟିଥିବା ମାଓ ଆକ୍ରମଣବେଳେ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ । ଦଶପଲ୍ଲାଠାରୁ ମାଓବାଦୀମାନେ ଏକ ଗ୍ୟାରେଜରୁ ଟାୟାର ନେଉଥିବାବେଳେ ଦଶପଲ୍ଲାର ବେଠିସ୍‌ ବେହେରା ବାଧା ସୃଷ୍ଟି କରିଥିଲେ । ଯାହା ଫଳରେ ମାଓବାଦୀ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି ମାମଲାର ଶୁଣାଣି କୋର୍ଟରେ ଚାଲିଛି । ଶୁକ୍ରବାର ମାମଲାର ତାରିଖ ରହିଥିବାରୁ ମାଓନେତା ସବ୍ୟସାଚୀ ପଣ୍ଡା ଏବଂ ବି . କେଶବ୍‌ ରାଓ ଓରଫ ଆଜାଦ୍‌ଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି ।

hiring

ଏଥିପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ଗୋଟିଏ ଟିମ୍‌ ବ୍ରହ୍ମପୁର ଜେଲ୍‌ରୁ ସବ୍ୟସାଚୀଙ୍କୁ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି । ଅନ୍ୟ ଏକ ଟିମ୍‌ ଝାରପଡ଼ା ଜେଲ୍‌ରୁ ଆଜାଦଙ୍କୁ ଆଣିବେ ବୋଲି ଜଣାଯାଇଛି । ବେଠିସ୍‌ ବେହେରା ହତ୍ୟାକଣ୍ଡ ମାମଲାରେ ଶୁକ୍ରବାର ଶୁଣାଣି ଥିବା ନେଇ ମାଓବାଦୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଅମିୟ ପଟ୍ଟନାୟକ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

two × one =