ଓମିକ୍ରନ | ଦେଶରେ ମାଡିଚାଲିଛି ଓମିକ୍ରନ

0 67

ନୂଆଦିଲ୍ଲୀ: ଦେଶରେ ମାଡିଚାଲିଛି ଓମିକ୍ରନ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ବଢୁଛି ଭୟ ।ଗୁରୁବାର ପୁଣି କର୍ଣ୍ଣାଟକରେ ଓମିକ୍ରନର ୫ ଜଣ ଏବଂ ହାଇଦ୍ରାବାଦରେ ୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୮୭କୁ ବୃଦ୍ଧି ପାଇଛି ।

hiring

ଗତକାଲି କର୍ଣ୍ଣାଟକରେ ଚିହ୍ନଟ ହୋଇଥିବା ନୂଆ ୫ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୧୯ ବର୍ଷୀୟ ବ୍ରିଟେନ ଫେରନ୍ତା ଯୁବକ ରହିଥିବାବେଳେ ୩୬ ବର୍ଷୀୟ ପୁରୁଷ ଓ ଜଣେ ୭୦ ବର୍ଷୀୟା ମହିଳା ଦିଲ୍ଲୀରୁ ଫେରିଛନ୍ତି । ସେହିପରି ଅନ୍ୟ ଜଣେ ୫୨ ବର୍ଷୀୟ ପୁରୁଷ ନାଇଜେରିଆରୁ ଓ ଅନ୍ୟ ଜଣେ ୩୩ ବର୍ଷୀୟ ପୁରୁଷ ଦକ୍ଷିଣ ଆଫ୍ରିକାରୁ କର୍ଣ୍ଣାଟକକୁ ଫେରିଛନ୍ତି । ନୂଆ ମାମଲା ଚିହ୍ନଟ ପରେ ଏଠାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ହୋଇଛି । ସେପଟେ ତେଲେଙ୍ଗାନାରେ ପୁଣି ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।ଏହାବ୍ୟତୀତ ମହାରାଷ୍ଟ୍ରରୁ ଏବେସୁଦ୍ଧା ସର୍ବାଧିକ ୩୨ ଓମିକ୍ରନ ମାମଲା ପ୍ରକାଶ ପାଇଛି । ତା’ ପଛକୁ ରାଜସ୍ଥାନରୁ ୧୭ ଜଣ ଚିହ୍ନଟ ହୋଇଥିବାବେଳେ କର୍ଣ୍ଣାଟକରୁ ୮, କେରଳରୁ ୫, ଗୁଜୁରାଟ ୫, ତେଲେଙ୍ଗାନା ୪, ପଶ୍ଚିମବଙ୍ଗ ୧, ତାମିଲନାଡୁ ୧, ଆନ୍ଧ୍ରପ୍ରଦେଶ ୧, ଦିଲ୍ଲୀରୁ ୧୦ ଏବଂ ଚଣ୍ଡିଗଡରୁ ଗୋଟିଏ ସଂକ୍ରମିତ ହୋଇଛନ୍ତି । 

hiranchal ad1
Leave A Reply

Your email address will not be published.

five × five =