ଅଜଣା ଗାଡି ଧକ୍କାରେ ଗାଢାଭାଲୁ ମୃତ୍ୟୁ

0 113

ପୁରୀ : ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ନିଆଖିଆ ବିଜୀ ନିକଟରେ ଅଜଣା ଗାଡି ଧକ୍କାରେ ଗାଢାଭାଲୁ ମୃତ୍ୟୁ । ଗଢାଭାଲୁ ଦେଖିବାକୁ କଳା ରଙ୍ଗର, ବଡବଡ ନଖଥିବା ଦେଖିବାକୁ ମିଳିଛି । ଏପରି ଜନ୍ତୁ ପୁରୀ କୋଣାର୍କ ବନଖଣ୍ଡରେ ପ୍ରଥମ ଥର ଦେଖିବାକୁ ମିଳିଛି । ଏମାନେ ଗାତ ଭିତରେ ରହୁଥିବା କୋଣାର୍କ ବନଖଣ୍ଡ ଅଧିକାରୀ ବେଣୁଧର ବେହେରା ସୂଚନା ଦେଇଛନ୍ତି । ଏମାନେ ଭାଲୁ ପରି ଦେଖାଯାନ୍ତି । ମଣିଷକୁ ବାଘପରି ଆଟାକ କରୁଥିବା ଜଣାପଡିଛି । ଏହାକୁ ଦେଖି କୋଣାର୍କ ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ପୁରୀ, କୋଣାର୍କ ବୁଲିଆସୁଥିବା ପର୍ଯ୍ୟଟକଙ୍କ ପ୍ରତି କେଉଁ ସମୟରେ ବିପଦ ସଙ୍କେତ ହେବ ତାହା କହିହେବ ନାହିଁ ତେବେ ତୁରନ୍ତ ପୁରୀ, କୋଣାର୍କ ବନଖଣ୍ଡ ଅଧିକାରୀ ଏପରି ଜୀବଜନ୍ତୁ କୁ ସୁରକ୍ଷା ଦେବା ସହ କୋଣାର୍କ ଅଞ୍ଚଳ ବାସିକୁ ସୁରକ୍ଷା ଦେବାକୁ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

3 × two =