ଦଶପଲ୍ଲାରେ ଶୀତ ଲହରୀ, ଜାଡ଼ରେ ଥରୁଛି ମାଳ ଅଞ୍ଚଳ

0 95

ଦଶପଲ୍ଲା : ଦଶପଲ୍ଲାର ଅନେକ ଅଂଚଳରେ ଶୀତର ତରଙ୍ଗ ଅନୁଭୂତ ହେଉଥିବାବେଳେ କେତେକ ସ୍ଥାନରେ ପାରଦ ୧୦ ଡିଗ୍ରୀ ସେଲସିୟସ ତଳକୁ ଖସିବା ସହ ସାଧାରଣ ଜୀବନକୁ ପ୍ରଭାବିତ କରିଛି । କଳସାଖମଣ, ଚଢେୟାପଲ୍ଲୀ, ନୂଆଗାଁ ପ୍ରଭୃତି ପାହାଡ଼ିଆ ଅଞ୍ଚଳରେ ଅତ୍ୟନ୍ତ ଶୀତୁଆ ପାଗ ଦେଖିବାକୁ ମିଳିଥିବା ବେଳେ ରାତିର ତାପମାତ୍ରା ଏହି ଅଞ୍ଚଳରେ ୧୦ ଡିଗ୍ରୀ ସେଲସିୟସ୍‌ ତଳେ ରହୁଛି । ବିରିଗଡ଼, ପାନାବାରୀ, ତାବେଡା,ଗାଡିଆପଡା,ଶିରିଶିରା ଭଳି କେତେକ ପାହାଡିଆ ଅଞ୍ଚଳରେ ତାପମାତ୍ରା ୮ ଡିଗ୍ରୀ ସେଲସିୟସରୁ ମଧ୍ୟ କମ୍‌ ରେକର୍ଡ କରାଯାଇଛି । ଅତ୍ୟଧିକ ଥଣ୍ଡା ପାଗ ହେତୁ ଗରିବ ଶ୍ରେଣୀର ଲୋକମାନେ କାମଧନ୍ଦାକୁ ମଧ୍ୟ ଯାଇ ନପାରି ରୋଜଗାର ହରାଉଥିବା ଦେଖିବାକୁ ମିଳୁଛି । ଦାରିର୍ଦ୍ର୍ୟ ସୀମାରେଖା ତଳେ ଥିବା ଆଦିବାସୀ, ଦଳିତ ଗରିବ ଜନସାଧାରଣ ମାନେ ଶୀତବସ୍ତ୍ରର ଅଭାବ ଯୋଗୁଁ ନିଆଁ ଅନ୍ତରାର ସହାୟତା ନେଉଥିବା ଦେଖିବାକୁ ମିଳୁଛି । ଘନ କୁହୁଡି ଯୋଗୁଁ ଟାକରା ଘାଟି, ବାଣୀବିରି ଘାଟି ଅଂଚଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହେଉଛି ।

hiranchal ad1
Leave A Reply

Your email address will not be published.

one + 3 =