“କ୍ରାନ୍ତିଧାରା’ର ସ୍ୱନକ୍ଷତ୍ର ଦିବସରେ ସାମ୍ବାଦିକ ସମ୍ମାନିତ

0 57

ବ୍ରହ୍ମପୁର : ରବିବାର ଦିନ ଦୈନିକ ଖବରକାଗଜ କ୍ରାନ୍ତିଧାରା ସ୍ୱନକ୍ଷତ୍ର ଦିବସ ଡାଏମଣ୍ଡ ଜୁବୁଲି ଟାଉନହଲଠାରେ ପାଳିତ ହୋଇଯାଇଛି । କ୍ରାନ୍ତୀଧରାର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସାମଲ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଏହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଏଥିରେ ସମ୍ମାନିତ ଅତିଥି ରୂପ ପୂର୍ବତନ ବ୍ରହ୍ମପୁର ବିଧାୟକ ଡ଼ଃ ରମେଶ ଚନ୍ଦ୍ର ଚାଉପଟ୍ଟନାୟକ, ଜୀବନ ବିନ୍ଦୁର ସଂଯୋଜକ ସୁବାସ ମହାରଣା,ମହାନ ସଂଘର ସଭାପତି ସୁଶାନ୍ତ ସାବତ,ଏସଏମଆଇଟିର ସଭାପତି ଭଗବାନ ଗନ୍ତାୟତ,ସମାଜ ସେବୀ ସରିତା ପଣ୍ଡା ଯୋଗ ଦେଇଥିଲେ ।

hiring

ଦୈନିକ ଖବର କାଗଜ କ୍ରାନ୍ତୀଧରା ପରିବାରର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧି ମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ାର ସୁନୀଲ କୁମାର ମହାପାତ୍ର, ରାୟଗଡାର ସଂଗ୍ରାମ କେଶର ପଟ୍ଟନାୟକ, ବିଜୟ ଦାସ, ଖୋର୍ଦ୍ଧାର ଶରତ ଚନ୍ଦ୍ର ବେହେରା ଓ ରାଜ୍ୟ ପ୍ରତନିଧି ବିଶ୍ୱରଂଜନ ମିଶ୍ର ସୁପ୍ରିମକୋର୍ଟ ଆଇନଜୀବୀ ଶିବାରମ ପାତ୍ରଙ୍କ ପୌରହିତ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଅନ୍ୟ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ସମ୍ମାନିତ କାର୍ଯ୍ୟକ୍ରମରେ ପ୍ରଥମେ ଡ଼ଃ ହରିଷ ଚନ୍ଦ୍ର ବେହେରା, ଅଧ୍ୟକ୍ଷ ,ଏସଏମଆଇଟିଙ୍କୁ ସମ୍ମାନିତ ପରେ ହୀରାଞ୍ଚଳର ଜିଲ୍ଲା ପ୍ରତିନିଧି,କଣ୍ଠଶିଳ୍ପୀ ଓ ଉପସ୍ଥାପକ ସରୋଜ କୁମାର ମହାନ୍ତିଙ୍କୁ “କଳା ସୌରଭ’ ଉପାଧିରେ ଭୁଷିତ କରାଯାଇ ଥିଲା । ଏଥି ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କଣ୍ଠଶିଳ୍ପୀ, କବି,କବୟିତ୍ରୀ ,ସାମ୍ବାଦିକ ଓ ସମାଜ ସେବୀଙ୍କୁ ପ୍ରଶଂସା ପତ୍ର ,ଫୁଲତୋଡା ସହ ଉପଢୌକନ ଦେଇ ସମ୍ମାନୀତ କରାଯାଇ ଥିଲା । କାର୍ଯ୍ୟକ୍ରମରେ ଗରୁ ଶିବରାମ ବାରିକଙ୍କ
ଓଡିଶୀ ନୃତ୍ୟାୟନ ଅନୁଷ୍ଠାନର କଳାକାରମାନେ ଓଡିଶୀ, ଆଧୁନିକ ଓ ସମ୍ବଲପୁରି ନୃତ୍ୟ ପରିବେଷଣ କରିଥିଲେ । ସରୋଜ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରଥିବା ବେଳେ ଗଞ୍ଜାମ ଜିଲ୍ଲାର ଜିଲ୍ଲା ପ୍ରତିନିଧି ପ୍ରଦୀପ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

one × one =