ବିଜେଡ଼ି ଯୁବ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ

0 116

ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି । ସୋନପୁରର ପୂର୍ବତନ ସରପଞ୍ଚ କରମଚାନ୍ଦ ମହାନ୍ତି ବିଜେପି ଛାଡ଼ି ଆଜି ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସେ ଯୋଗ ଦେଇଛନ୍ତି ଏବଂ ଦଳର ନିର୍ଦ୍ଦେଶ ଅନୁଯାୟୀ କାମ କରିବେ ବୋଲି କହିଛନ୍ତି । ମିଶ୍ରଣ ପର୍ବରେ ରାଜ୍ୟ ବିଧାନସଭାର ପୂର୍ବତନ ବାଚସ୍ପତି ନିରଞ୍ଜନ ପଜାରୀ, ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

10 + 20 =