କ୍ୱାଲିଟି ଆନାଲେଟିଷ୍ଟ ନିଯୁକ୍ତି ଦାବିରେ ଆରଏମସି ଆଗରେ ଧାରଣା

0 117

ବଲାଙ୍ଗୀର : ପୂର୍ବ ବର୍ଷ ପରି ମଣ୍ଡିରେ ନିଯୁକ୍ତି ଦାବି କରି ଜିଲ୍ଲା କ୍ୱାଲିଟି ଆନାଲେଟିଷ୍ଟ ସଂଘ ତରଫରୁ ବଲାଙ୍ଗୀର ଆରଏମସି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ପୂର୍ବ ବର୍ଷମାନଙ୍କରେ ଦୈନିକ ମଜୁରୀ ଭିତ୍ତିରେ ଜିଲ୍ଲାର ବଲାଙ୍ଗୀର, ଟିଟିଲାଗଡ ଓ ପାଟଣାଗଡ ଆରଏମସି ପକ୍ଷରୁ ଧାନମଣ୍ଡିରେ ଧାନ କ୍ୱାଲିଟି ଏନାଲେଟିଷ୍ଟ ପାଇଁ ୨ଶହରୁ ଅଧିକ ଯୁବକଙ୍କୁ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ ଚଳିତ ବର୍ଷ ଏମାନଙ୍କୁ ଆଉ ନିଯୁକ୍ତ କରାଯିବ ନାହିଁ ବୋଲି ପ୍ରଶାସନିକ ନିଷ୍ପତ୍ତି ନେଇଛିାଏହାର ପୁନର୍ବିଚାର କରିବା ପାଇଁ ଜିଲ୍ଲାପାଳ ଆଦି ଅଧିକାରୀଙ୍କୁ ଭେଟିଥିଲେ । ତଥାପି ଫଳଶୂନ ଏଣୁ ଧାରଣା ଦିଆଯାଇଛି ବୋଲି ସଂଘ କର୍ମକର୍ତ୍ତା କହିଥିଲେ । ସୂଚାଇ ଦିଆଯାଏ ଯେ, ଧାନର ଗୁଣବତ୍ତା ଆଳରେ ମଣ୍ଡିରେ କଟନୀ ଛଟନୀ ନାମରେ ଚାଷୀ ଶୋଷଣର ଶିକାର ହୋଇଥାନ୍ତି । ଏଣୁ ଧାନର ମାନ ପରୀକ୍ଷା ମୁଖ୍ୟ ପ୍ରସଙ୍ଗ । ହାତ ଗଣତି କିଛି ଆରଏମସି କର୍ମଚାରୀଙ୍କ ପକ୍ଷେ ସବୁଠି ଏହା ଠିକା ଭାବରେ କରିବା ଆଦୌ ସମ୍ଭବ ନୁହଁ ।

hiring

ତେଣୁ କାହା ସ୍ୱାର୍ଥରେ କ୍ୱାଲିଟି ଆନାଲେଟିଷ୍ଟ ନିଯୁକ୍ତି ଚଳିତ ଋତୁରେ ହେଲା ନାହିଁ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି । କଟନୀ ପାଇଁ କ୍ଷେତ୍ର ପ୍ରସ୍ତୁତ ଷଡଯନ୍ତ୍ର ବୋଲି ଆଲୋଚନା ହେଉଛି । ନୂତନ ନିଯୁକ୍ତି କମ୍‌ ସମ୍ଭାବନା ଥିବା ବଲାଙ୍ଗୀର ଜିଲ୍ଲାରେ ସମୟିକ ନିଯୁକ୍ତି ପାଉଥିବା ଯୁବକ ଯୁବତୀଙ୍କ ପ୍ରତି ଅନ୍ୟାୟ ନୁହେଁ କି ? ଆରଏମସି ଅଧିକାରୀଙ୍କ ଅନୁସାରେ ମଣ୍ଡିରେ ଧାନର ମାନ ପରୀକ୍ଷଣ ପାଇଁ ପେକ୍ସ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି । କ୍ୱାଲିଟି ଆନାଲେଟିଷ୍ଟ ନିଯୁକ୍ତି ପାଇଁ +୨ବିଜ୍ଞାନ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଥିଲା । ପେକ୍ସ ସଂପାଦକ ସଂଖ୍ୟା ଓ ସେମାନଙ୍କ ଯୋଗ୍ୟତା ତଥା କାର୍ଯ୍ୟଭାର ଦେଖିଲେ କେଉଁଠି ନା କେଉଁଠି ଚକ୍ରାନ୍ତ ଗନ୍ଧ ଆସୁଛି । ସରକାର ଚାଷୀ ଓ ଯୁବକ ଯୁବତୀଙ୍କ ହିତ ଦୃଷ୍ଟିରୁ ମଣ୍ଡିରେ କ୍ୱାଲିଟି ଆନାଲେଟିଷ୍ଟ ତୁରନ୍ତ ନିଯୁକ୍ତି କରିବା ପାଇଁ ମତପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

19 + thirteen =