ସୁମିତଙ୍କ ଘର ଆଗରେ ୧୪୪ ଧାରା ଜାରି

0 134

ବ୍ରହ୍ମପୁର: ବହୁଚର୍ଚ୍ଚିତ ଦମ୍ପତି ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ୍‌ ସାହୁଙ୍କ ବିବାଦ ପ୍ରତିଦିନ ଭିନ୍ନ ମୋଡ ନେଉଛି । ତପସ୍ୱିନୀଙ୍କ ଧାରଣା ସ୍ଥଳରେ ଲୋକଗହଳିକୁ ଦୃଷ୍ଟିରେ ରଖି ଆଜି ସକାଳେ ବ୍ରହ୍ମାନଗର ଦ୍ୱିତୀୟ ଲେନ୍‌ରେ ୧୪୪ ଧାରା ଜାରି କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୋମବାର ସନ୍ଧ୍ୟାରେ କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଶତାଧିକ ମହିଳା ତପସ୍ୱିନୀଙ୍କ ଶ୍ୱଶୁର ଘର ପ୍ରବେଶ ଗ୍ରୀଲ ତାଲା ଭାଙ୍ଗି ଘର ଭିତରକୁ ପଶିଛନ୍ତି । ବ୍ରହ୍ମାନଗରରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ସେତେବେଳେ ଯଥେଷ୍ଟ ସଂଖ୍ୟାରେ ପୁଲିସ ବି ନଥିଲେ ।

hiranchal ad1
Leave A Reply

Your email address will not be published.

8 + two =