ସୁବର୍ଣ୍ଣପୁର ଜିଲ୍ଲା ଯୁବ କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

0 97

ସୁବର୍ଣ୍ଣପୁର: ରାଷ୍ଟ୍ରୀୟ ଯୁବ କଂଗ୍ରେସର ଆହ୍ୱାନରେ ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଅଣ୍ଟା ଭିଡିଛି ଓଡିଶା ପ୍ରଦେଶ ଯୁବ କଂଗ୍ରେସ । ଏହି ପରିପ୍ରେକ୍ଷୀରେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ଯୁବ କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଂଜନ ଲେଙ୍କା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଆସନ୍ତା ନିର୍ବାଚନରେ ଯୁବ କଂଗ୍ରେସ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କହିଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତିକୁ ସମାଲୋଚନା କରି ସେ କହିଲେ ଯେ ଶାସକ ଦଳର ଦୁର୍ନୀତି, ଭ୍ରଷ୍ଟାଚାର ଓ ଏକଛତ୍ରବାଦୀ ଶାସନର ଉପଯୁକ୍ତ ଜବାବ ଦେବାକୁ ହେଲେ ବ୍ୟାପକ ଜନଜାଗରଣ ସୃଷ୍ଟି କରିବାକୁ ହେବ । ଏହା କେବଳ ଯୁବ କଂଗ୍ରେସ କର୍ମୀଙ୍କ ଦ୍ୱାରା ସମ୍ଭବ । କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ବାହାରେ କଳି ଭିତରେ କୋଳାକୋଳି ନୀତିରେ ଚାଲିଛନ୍ତି । ଜନସାଧାରଣଙ୍କ ସ୍ୱାର୍ଥକୁ ଉପେକ୍ଷା କରି ସେମାନେ ସେଚ୍ଛାଚାରୀ ଶାସନ ଚଳାଇଛନ୍ତି । ଗୋଟିଏ ପଟେ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ ଅନ୍ୟ ପଟେ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ଓ ରୋଜଗାର କୌଣସି ସୁଯୋଗ ସୃଷ୍ଟି କରାଯାଉ ନାହିଁ । ସେହିପରି ରାଜ୍ୟରେ ନାରୀମାନେ ଅସୁରକ୍ଷିତ ହୋଇପଡିଥିବା ବେଳେ ଅପରାଧ ବୃଦ୍ଧି ପାଉଛି । ପୀଡିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କଲେ ପୋଲିସ ଜୁଲୁମ କରୁଛି । ତେଣୁ ଆସନ୍ତା ନିର୍ବାଚନରେ ଏଭଳି ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ଉପଯୁକ୍ତ ଜବାବ ଦେବାକୁ ଡ଼. ଲେଙ୍କା ଆହ୍ୱାନ ଦେଇଛନ୍ତି ।

hiring

ବୈଠକରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସମ୍ପାଦକ ତଥା ଓଡିଶା ପ୍ରଭାରୀ ରିୟାଜୁଲ ଆନସାରୀ ଯୋଗ ଦେଇ ଉଭୟ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଏହି ଅବସରରେ ବହୁ ବିଜେଡି ଓ ବିଜେପି ନେତା ଓ କର୍ମୀ କଂଗ୍ରେସ ରେ ସାମିଲ ହୋଇଥିଲେ । ଯୁବ କଂଗ୍ରେସ ସଭାପତି ଡ଼. ଲେଙ୍କା ସେମାନଙ୍କୁ ସ୍ୱାଗତ କରିବା ସହ ଏହା ଦ୍ୱାରା ସଂଗଠନ ମଜଭୁତ ହେବ ବୋଲି କହିଥିଲେ । ବଲାଙ୍ଗୀର ସୁବର୍ଣ୍ଣପୁର ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୫୭ ନମ୍ବର ରାଜ୍ୟ ରାଜପଥର ବଲାଙ୍ଗୀର, ସୁବର୍ଣ୍ଣପୁର ସୀମା ମଧ୍ୟ ରେ ରହିଥିବା ଟୋଲଗେଟରେ ବଲାଙ୍ଗୀର ଜିଲ୍ଲାର ଗାଡି ଗୁଡିକରୁ ଟିକସ ଆଦାୟ କରାଯାଉନଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲା ନମ୍ବର ଥିବା ଗାଡିଗୁଡିକୁ ଟିକସ ଆଦାୟ କରାଯାଉଛି । ଏହାର ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା ।

ଏହି ବିକ୍ଷୋଭରେ ପୂର୍ବତନ ବିଧାୟକ ବିନୋଦ ପାତ୍ର, ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ପଟ୍ଟନାୟକ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଅମିତ ନାୟକ, ସମ୍ରାଟ କେଶରୀ ଜେନା, ବିଶ୍ୱଜିତ, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ନୃସିଂହ ପାଣିଗ୍ରାହୀ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗୋବିନ୍ଦ ଝାଙ୍କର,ସୁଧିର ପଣ୍ଡା, ସୁମିତ ପୁଝାରୀ, ପ୍ରଦୀପ ସେଠୀ,ମାଧବ କୁମ୍ଭାର, ଶେଷଦେବ ମେହେର, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ, କିଷାନ କଂଗ୍ରେସ ଜିଲ୍ଲା ମୁଖ୍ୟ ଓ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନର ପ୍ରମୁଖ ନେତା ମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

two + 14 =