କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କଲେ ଚାଞ୍ଚେଡ଼ି ପଞ୍ଚାୟତର ୫୦ ଜଣ ଚାଷୀ

0 79

ଘୁ ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି କୃଷି ବିଜ୍ଞାନ କେନ୍ଦ୍ରକୁ କ ନୂଆଗାଁ ବ୍ଳକର ଚାଂଚେଡି ପଞ୍ଚାୟତର ପ୍ରାୟ ୫୦ ଜଣ ଚାଷୀ ସହକାରୀ ବୈଷୟିକ ପରିଚାଳ କ. ନୂଆଗାଁ ଶୁଭେନ୍ଦୁ କୁମାର ମହାପାତ୍ରଙ୍କ ସହାୟତାରେ ପରିଦର୍ଶନରେ ଆସିଥିବା ଦେଖିବାକୁ ମିଳିଛି । ଚାଷୀମାନେ କିପରି ଉନ୍ନତମାନର ଚାଷ କରିପାରିବେ ଏବଂ ଚାଷକୁ ଏକ ଭିନ୍ନ ରୂପାୟନ ଦେବେ ତଥା ବୈଜ୍ଞାନିକ ପଦ୍ଧତିରେ ଚାଷୀମାନେ କିପରି ଚାଷର ପ୍ରଣାଳୀ ତା ସହିତ ଉନ୍ନତ କିସମର ମଞ୍ଜି ବିଷୟରେ ଜାଣିପାରିବେ ଓ ନିଜ ନିଜ ଜମିରେ ପ୍ରୟୋଗ କରି ଚାଷ କରିବା ପାଇଁ ଯୋଗ୍ୟ ହେବେ ସେଥିନିମନ୍ତେ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରିଥିଲେ । ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସଂଘମିତ୍ରା ବିଶ୍ୱାଳ ବିଭିନ୍ନ ଚାଷ କରିବାର ପ୍ରଣାଳୀ ବିଷୟରେ ଚାଷୀମାନଙ୍କୁ ବୁଝେଇଥିବା ବେଳେ ବୈଜ୍ଞାନିକ ସୁମିତ୍ରା ହେମ୍ରମ କିପରି ଉନ୍ନତମାନର ଛତୁ ଚାଷ କରାଯାଇପାରିବ ସେ ବିଷୟରେ ବୁଝେଇଥିଲେ । ବୈଜ୍ଞାନିକ ସୁଜିତ କୁମାର ମୁଖୀ, ବୈଜ୍ଞାନିକ ଶ୍ରୀପାଲି ପ୍ରଧାନ ଉପସ୍ଥିତ ରହି ଆସିଥିବା ଚାଷିମାନଙ୍କୁ ବିଭିନ୍ନ ଚାଷ ଯନ୍ତ୍ରପାତି ଓ ପ୍ରଣାଳୀ ଦେଖାଇଥିଲେ ।

hiranchal ad1
Leave A Reply

Your email address will not be published.

twelve − nine =