ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ

0 58

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଏମ୍‌ଏମ୍‌ୟୁଟେକ କମ୍ପ୍ୟୁଟର ଏଜୁକେସନ ସେଣ୍ଟରଠାରେ ଜିଲ୍ଲା ଶିଳ୍ପକେନ୍ଦ୍ର ଗଜପତି ପକ୍ଷରୁ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଭାବେ ଏଲଡିଏମ୍‌ କିଶୋର ଚନ୍ଦ୍ର ନାୟକ, ଉଦ୍ୟାନ ବିଭାଗର ଉପ ନିର୍ଦ୍ଦେଶକ କେ.ସୁଦର୍ଶନ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମେନେଜର ମୋହନ ଶବର, ସହକାରୀ ପରିଚାଳକ ଡିଆଇସି ମୁନିରାମ ସିଂ, ଜିଲ୍ଲା ଶିଳ୍ପ କେନ୍ଦ୍ରର ସୁପରଭାଇଜର ମନୋଜ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

hiring

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଳକର ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇଛି । କିପରି ନିଜେ ଆତ୍ମନିର୍ଭରଶୀଳ ହୋଇପାରିବ,ସରକାରଙ୍କର ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ବିଭିନ୍ନ ପ୍ରକଳ୍ପ ତିଆରି କରି ଉଦ୍ୟୋଗୀ ହେବା ସଙ୍ଗେ ସଙ୍ଗେ ଆତ୍ମନିର୍ଭରଶୀଳ ହୋଇ ଅନ୍ୟମାନଙ୍କୁ ନିଯୁକ୍ତି ଦେଇପାରିବେ ଓ ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି କରି ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିବେ ଏବଂ ଚାକିରି ପଛରେ ନ ଗୋଡାଇ ଗୋଟିଏ ଉଦ୍ୟୋଗୀ ହୋଇ ପାରିବେ ତା ଉପରେ ତାଲିମ ପ୍ରଦାନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

twelve − four =