ଜାତୀୟ ଗଣିତ ଦିବସ ପାଳିତ

0 110

ପାରଳାଖେମୁଣ୍ଡି : ସ୍ଥାନୀୟ ମେହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟଠାରେ ଗଜପତି ଜିଲ୍ଲା ସ୍ତରୀୟ ଜାତୀୟ ଗଣିତ ଦିବସ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟିକଙ୍କ ନିର୍ଦ୍ଦେଶ କ୍ରମେ ଓଟିଇଏଣ୍ଡ ଏସିଇଆରଟିଙ୍କ ଆନୁକୂଲ୍ୟରେ ପାଳିତ ହଇଯାଇଛି । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନଜ ରଞ୍ଜନ ଦଳାଇ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେବ ସଙ୍ଗେ ସଙ୍ଗେ ଶ୍ରୀନିବାସ ରାମାନୁଜଙ୍କ ଜନ୍ମ ଦିବସକୁ ଜାତୀୟ ଗଣିତ ଦିବସ ରୂପେ ପାଳନ କରିବାର ଉଦ୍ଦେଶ୍ୟ ଜ୍ଞାପନ କରି ଗଣିତ ଶିକ୍ଷା ପ୍ରତି ଆକୃଷ୍ଟ କରାଇବା ଏହି ଦିବସ ପାଳନର ଲକ୍ଷ୍ୟ ବୋଲି କହିଥିଲେ । ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱାଇଁ ଶାସିତ ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ଡ଼. ଅଶ୍ୱିନୀ କୁମାର ରାଉତ ଓ ଡ଼. ସୂବେଦୀ ଟୁଙ୍ଗ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶ୍ରୀନିବାସ ରାମାନୁଜଙ୍କ ଗଣିତ ଶାସ୍ତ୍ର ପ୍ରତି ଯେଇଁ ଅବଦାନ ରହିଛି ତାହା ବୁଝାଇଥିଲେ । ଏହି ଦିବସରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଗଣିତ ପ୍ରେମୀ ଶିକ୍ଷକ /ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । କବିତା ରାଉତ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

17 − 4 =