ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ, ଲାବୁସେନ ନମ୍ବରୱାନ ବ୍ୟାଟ୍ସମ୍ୟାନ

0 57

ଦୁବାଇ : ଆଇସିସି ପକ୍ଷରୁ ଆଜି ଟେଷ୍ଟ ବ୍ୟାଟ୍ସମ୍ୟାନ୍‌ଙ୍କ ସର୍ବଶେଷ ର଼୍ୟାଙ୍କିଙ୍ଗ ପ୍ରକାଶ କରାଯାଇଛି । ସର୍ବଶେଷ ଆଇସିସି ର଼୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ମାର୍ନସ୍‌ ଲାବୁସେନ ଏକ ନମ୍ବର ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି । ସେ ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କୁ ଅତିକ୍ରମ କରି ଏହି ସ୍ଥାନ ଅଧିକାର କରିଛନ୍ତି । ମାର୍ନସ୍‌ଙ୍କର ୯୧୨ ପଏଣ୍ଟ ଅଛି, ଯାହା ତାଙ୍କ ଟେଷ୍ଟ କ୍ୟାରିୟରର କ୍ୟାରିୟରର ସର୍ବୋତ୍ତମ ପଏଣ୍ଟ । ଜୋ ରୁଟ୍‌ ୮୯୭ ପଏଣ୍ଟ ପାଇଛନ୍ତି ଏବଂ ସେ ଦୁଇ ନମ୍ବରକୁ ଖସି ଆସିଛନ୍ତି । ଆଶେସ୍‌ ସିରିଜ୍‌ ପୂର୍ବରୁ ଲାବୁସେନ ଚତୁର୍ଥ ସ୍ଥାନରେ ଥିଲେ । ବ୍ରିସବେନ ଟେଷ୍ଟ ପରେ ସେ ଦୁଇ ନମ୍ବରରେ ଆସିଥିଲେ । ବ୍ରିସବେନରେ ଲାବୁସେନ ୭୪ ରନ୍‌ ସଂଗ୍ରହ କରିଥିଲେ । ସେ ଆଡିଲେଡ୍‌ ଟେଷ୍ଟରେ ୧୦୩ ଏବଂ ୫୧ ରନ୍‌ କରିଥିଲେ । ଅଷ୍ଟ୍ରେଲିଆର ବିଜୟରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆଡିଲେଡ୍‌ ଟେଷ୍ଟରେ ଇଂଲଣ୍ଡକୁ ୨୭୫ ରନ୍‌ରେ ପରାସ୍ତ କରିବା ପରେ ଅଷ୍ଟ୍ରେଲିଆ ଆଶେସ୍‌ ସିରିଜରେ ୨-୦ରେ ଆଗୁଆ ରହିଛି ।
ଭାରତର ବ୍ୟାଟ୍ସମ୍ୟାନ୍‌ଙ୍କ ବିଷୟରେ କହିବାକୁ ଗଲେ ରୋହିତ ଶର୍ମା ୫ମ ସ୍ଥାନରେ ରହିଛନ୍ତି । ଟିମ୍‌ ଇଣ୍ଡିଆର ଟେଷ୍ଟ ଅଧିନାୟକ ବିରାଟ କୋହଲି ସପ୍ତମ ସ୍ଥାନକୁ ଖସି ଆସିଛନ୍ତି । ତାଙ୍କ ଖାତରେ ୭୫୬ ପଏଣ୍ଟ ରହିଛି । ତାଙ୍କ ଉପରକୁ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ଡେଭିଡ ୱାର୍ନର ଅଛନ୍ତି । ତାଙ୍କର ୭୭୫ ପଏଣ୍ଟ ଅଛି । ଆଶେସ ସିରିଜରେ ୱାର୍ଣ୍ଣର ବହୁତ ଭଲ ରନ୍‌ କରିଛନ୍ତି । ସେ ଆଡିଲେଡ୍‌ ଟେଷ୍ଟର ପ୍ରଥମ ଇନିଂସରେ ୯୫ ରନ୍‌ କରିଥିଲେ । ଆଶେସ୍‌ ସିରିଜର ପ୍ରଥମ ଟେଷ୍ଟରେ ଏକ ଶତକ ହାସଲ କରିଥିବା ଟ୍ରାଭିସ୍‌ ହେଡ୍‌ ଶ୍ରେଷ୍ଠ ୧୦ରେ ନିଜର ସ୍ଥାନ ବଜାୟ ରଖିଛନ୍ତି । ପାକିସ୍ତାନ ଅଧିନାୟକ ବାବର ଆଜମ ନବମ ସ୍ଥାନରେ ଅଛନ୍ତି ।

hiranchal ad1
Leave A Reply

Your email address will not be published.

four × 2 =