ପଞ୍ଚାୟତ ହାଈସ୍କୁଲ ପରିସରରେ “ଗାଁରେ ପ୍ରଶାସନ’ କାର୍ଯ୍ୟକ୍ରମ

0 67

ବୌଦ୍ଧ/ଜହ୍ନ ।ପଙ୍କ,୨୨/୧୨- ବୌଦ୍ଧ ବ୍ଲକ ତାଳସରଡ଼ା ପଞ୍ଚାୟତ ଅନ୍ତର୍ଗତ ପଞ୍ଚାୟତ ହାଈସ୍କୁଲ ସଂଗ୍ରାମପୁର ପରିସରରେ ଜ଼ିଲ୍ଲା ପ୍ରଶାସନ ତରଫରୁ “ଗାଁ ରେ ପ୍ରଶାସନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପ -ଜ଼ିଲ୍ଲାପାଳ, ଅତିରିକ୍ତ ଜ଼ିଲ୍ଲାପାଳ, ତହସିଲଦାର ଙ୍କ ଉପସ୍ଥିତିରେ -କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ ମହୀଧର ରଣା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବିନା ମୂଲ୍ୟରେ ଜାତିଗତ ପ୍ରମାଣପତ୍ର ବଣ୍ଟନ କରିଥିଲେ । ବିଦ୍ୟାଳୟର ତଥା ଶିକ୍ଷାର୍ଥୀମାନଙ୍କ ଉନ୍ନତି ସକାଶେ ଜ଼ିଲ୍ଲାପ୍ରଶାସନ ଓ ବିଧାୟକ ବୈଠକରେ ଉଦବୋଧନ ଦେଇଥିଲେ । ପ୍ରତିବର୍ଷ ଏଠାରେ ପ୍ରାୟ ୫୦୦ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ରହୁଥିବାରୁ ଶ୍ରେଣୀ କୋଠରୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବୈଠକ ଶେଷରେ ଅଞ୍ଚଳବାସୀ, ବିଦ୍ୟାଳୟ କର୍ମଚାରୀ ଓ “ମୋ ସ୍କୁଲ ଅଭିଯାନ’କମିଟି ବିଧାୟକଙ୍କୁ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଓଡିଶା ସରକାରଙ୍କ ଏହି “ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିଥିଲେ ।

hiranchal ad1
Leave A Reply

Your email address will not be published.

1 × three =