ଆଇପିଏଲର ମେଗା ନିଲାମର ତାରିଖ ହେଲା ଘୋଷଣା

0 120

ନୂଆଦିଲ୍ଲୀ ୨୨ ।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୨ର ମେଗା ନିଲାମର ଆୟୋଜନ ଫେବୃଆରୀ ୭ ଓ ୮ରେ ବେଙ୍ଗାଲୁରୁରେ ହୋଇପାରେ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହା ଆଇପିଏଲର ଶେଷ ମେଗା ନିଲାମ ହୋଇପାରେ କାରଣ ଅଧିକାଂଶ ମୂଳ ଆଇପିଏଲ ଦଳ ଏହାକୁ ବନ୍ଦ କରିବାକୁ ଚାହୁଁଛନ୍ତି । ଏଥର ନିଲାମରେ ଦାମୀ ଖେଳାଳିଙ୍କ ଦାମ୍‌ ରେକର୍ଡ ଛୁଇଁବ ।

hiring

ବୋର୍ଡର ଜଣେ ଅଧିକାରୀ କହିଛନ୍ତି, କରୋନା ମହାମାରୀ କାରଣରୁ ସ୍ଥିତି ଖରାପ ନହେଲେ ଏହି ମେଗା ନିଲାମ ଭାରତରେ ହେବ। ଦୁଇ ଦିନିଆ ନିଲାମୀ ଫେବୃଆରୀ ୭ ଏବଂ ୮ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଏହାକୁ ନେଇ ବିସିସିଆଇ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି।

hiranchal ad1
Leave A Reply

Your email address will not be published.

two × four =