ଏଣିକି କଟକରେ ସବୁ କୋରୋନା ରୋଗୀଙ୍କ ହେବ ଜିନୋମ ସିକ୍ବେନ୍ସିଂ

0 80

କଟକ: ଓମିକ୍ରନ ମୁକାବିଲା ଦିଗରେ କଟକ ଜିଲ୍ଲା ପ୍ରଶାସନର ବଡ ନିଷ୍ପତ୍ତି । ଏଣିକି କଟକରେ ସବୁ କୋରୋନା ରୋଗୀଙ୍କ ହେବ ଜିନୋମ ସିକ୍ବେନ୍ସିଂ  । ଜଣେ ବ୍ୟକ୍ତି କୋଭିଡ ପଜିଟିଭ ଚିହ୍ନଟ ହେବା ମାତ୍ରେ ତୁରନ୍ତ ତାଙ୍କର ଭାରିଆଣ୍ଟ ଟେଷ୍ଟ ହେବ । ଏନେଇ କଟକ ଜିଲ୍ଲା ADMO ଡାକ୍ତର ଉମେଶ ରାୟ ସୂଚନା ଦେଇଛନ୍ତି ।

hiring

ଏଥିସହ ନାଇଜେରିଆ ଫେରନ୍ତା ଓମିକ୍ରନ ସଂକ୍ରମିତଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ପୁଣି କୋଭିଡ୍ ପରୀକ୍ଷା କରାଯିବ ବୋଲି ADMO  ଜଣାଇଛନ୍ତି ।ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ଓଡିଶାରେ ପ୍ରଥମ ଥର ଦୁଇଟି ଓମିକ୍ରନ ମାମଲା ଚିହ୍ନଟ ହୋଇଥିଲା । ନାଇଜେରିଆ ଏବଂ କତାରରୁ ଫେରିଥିବା ଦୁଇ ବିଦେଶ ଫେରନ୍ତା ଓମିକ୍ରନ ସଂକ୍ରମିତ ଥିବା ଜଣାପଡିଥିଲା । ରାଜ୍ୟରେ ଏହି ନୂଆ ଭାରିଆଣ୍ଟ ପଶିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କୋଭିଡ ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ କଟକ ଜିଲ୍ଲା ପ୍ରଶାସନ କୋଭିଡ ପଜିଟିଭ ଚିହ୍ନଟ ହେଉଥିବା ସମସ୍ତ ବ୍ୟକ୍ତିଙ୍କ ନମୁନା ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯିବ ବୋଲି ନିଷ୍ପତ୍ତି ନେଇଛି ।

hiranchal ad1
Leave A Reply

Your email address will not be published.

four × 4 =