ସୁବର୍ଣ୍ଣପୁର ଜିଲ୍ଲା ଖବରକାଗଜ ହକରଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତା

0 98

ସୁବର୍ଣ୍ଣପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ରାଜ୍ୟର ପଂଜିକୃତ ସମସ୍ତ ଖବର କାଗଜ ବିତରକ ଙ୍କ ନିମନ୍ତେ ସ୍ୱତନ୍ତ୍ର କୋଭିଡ ସହାୟତାର ଶୁଭାରମ୍ଭ କରିଛନ୍ତି । ଏହି ଉପଲକ୍ଷେ ଆଜି ସୁବର୍ଣ୍ଣପୁର ଜିଲ୍ଲା କିଲିଟାରି ସ୍ଥିତ ଓସ୍ୱାନ ହଲ ଠାର କରୋନା କଟକଣା ପାଳନ ପୂର୍ବକ ମୁଖ୍ୟମନ୍ତ୍ରୀ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହ ଏକ ସଂଯୋଗୀକରଣ ସଭା ସୀମିତ ସଂଖ୍ୟକ ଖବର କାଗଜ ବିତରକଙ୍କୁ ନେଇ ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଥିଲା ।

hiring

ଜିଲ୍ଲା ସ୍ତରରେ ଅନୁଷ୍ଠିତ ଏହି ଆଭାସୀ କାର୍ଯ୍ୟକ୍ରମ ଜିଲ୍ଲପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାକା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ତଥା ଜିଲ୍ଲାର ବିଭିନ୍ନ ବ୍ଲକ ସ୍ତରରେ କାର୍ଯ୍ୟରତ ୨୦ ଜଣ ଖବରକାଗଜ ବିତରକ ଯୋଗଦାନ କରିଥିଲେ ।

ଜିଲ୍ଲାପାଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଦ୍ୱାରା ଆଜି ଶୁଭାରମ୍ଭ କରାଯାଇଥିବା ସ୍ୱତନ୍ତ୍ର କୋଭିଡ ସହାୟତା ରାଶି ତଥା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ପଂଜିକରଣ ଦ୍ୱାରା ହକର ମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ଆଶା ବ୍ୟକ୍ତ କରିବାସହ ଯୋଜନାର ଉଚ୍ଚ ପ୍ରଶଂସା କରିଥିଲେ । ବର୍ତ୍ତମାନର ଏହି ଅସମୟରେ ଏହି ଆର୍ଥିକ ସହାୟତା ସେମାନଙ୍କୁ ଓ ତାଙ୍କ ପରିବାରବର୍ଗଙ୍କ ମନରେ ଏକ ନୂତନ ଆଶା ସଂଚାର କରିବ । ସୂଚନାଯୋଗ୍ୟ ଯେ ଏହି ଯୋଜନାରେ ଜିଲ୍ଲାର ସମୁଦାୟ ୧୧୨ ଜଣ ଖବରକାଗଜ ବିତରକ ପଂଜିକୃତ ହୋଇଛନ୍ତି । ଏହି ସମୟପୋଯୋଗୀ ସହାୟତା ସେମାନଙ୍କ ମନରେ ନୂତନ ଉତ୍ସାହ ଓ ଆନନ୍ଦ ଭରି ଦେଇଛି ।

hiranchal ad1
Leave A Reply

Your email address will not be published.

11 − one =