ବୌଦ୍ଧଜିଲ୍ଲା ଭାଜପାର ସାଙ୍ଗଠାନିକ ବୈଠକ

0 384

ବୌଦ୍ଧ,୨୩/୧୨- ବୌଦ୍ଧଜିଲ୍ଲା ଭାଜପା ତରଫରୁ ସରସରା ୭ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ଚୟନ ପାଇଁ ସାଙ୍ଗଠନିକ ବୈଠକ ହରଭଙ୍ଗା ବ୍ଲକ ସାଂପୋଚ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ଦିନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ପଦପଦବୀ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା । ତତ୍‌ ସଙ୍ଗେସଙ୍ଗେ ଆସନ୍ତା ୨୫ରେ ସବୁ ବୁଥ, ମଣ୍ଡଳ ଓ ଶକ୍ତି କେନ୍ଦ୍ର ମାନଙ୍କରେ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମଜୟନ୍ତୀକୁ “ସୁଶାସନ ଦିବସ’ ରୂପେ ମହାସମାରୋହରେ ପାଳିତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

hiring

୨୬ ତାରିଖ ରବିବାର ଦିନ ପ୍ରଧାନମନ୍ତ୍ରୀଙ୍କ “ମନ କି ବାତ “କାର୍ଯ୍ୟକ୍ରମ ମଣ୍ଡଳ, ଶକ୍ତି କେନ୍ଦ୍ର ଓ ବୁଥ ସ୍ତରୀୟ ପାଳନ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏଥିସହିତ ୭ ନମ୍ବର ଜୋନ୍‌ ଜିଲ୍ଲାପରିଷଦ ସଭ୍ୟ ନିର୍ବାଚନରେ ବିଜେପି ପକ୍ଷରୁ ତିନିଜଣ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ନାମ ସର୍ବସମ୍ମତିକ୍ରମେ ଅନୁମୋଦନ କରାଯାଇଥିଲା । ଜିଲ୍ଲା ସାଧାରଣ ସଂପାଦକ ତାପସ କୁମାର ପଟ୍ଟନାୟକଙ୍କ ଅକ୍ଷ୍ୟକ୍ଷତାରେ ଅନୁଷ୍ଠିତ ଆଜିର ବୈଠକରେ ୭ ଗୋଟି ପଞ୍ଚାୟତର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରତି ପଞ୍ଚାୟତରୁ ୨ ଜଣ ଲେଖାଏଁ ମୋଟ ୧୫୧ ଜଣ ଉପସ୍ଥିତ ଥିଲେ । ଏମାନଙ୍କ ମଧ୍ୟରେ ଜିଲ୍ଲାର ପଛୁଆବର୍ଗ ମୋର୍ଚ୍ଚା ସଭାପତି ପୂର୍ଣ୍ଣଚନ୍ଦ୍ର ଗାଇଗୌରିଆ, ମଣ୍ଡଳ ପ୍ରଭାରୀ ପ୍ରେମାନନ୍ଦ ମିଶ୍ର , ବିକାଶ ଚନ୍ଦ୍ର ମହାକୁଡ , ହଜାରୀ ରାଉତଙ୍କ ସମେତ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଯୋଗଦାନ କରି ଆଗାମୀ ଦିନରେ ଦଳୀୟ କାର୍ଯ୍ୟ କ୍ରମ ଉପରେ ନିଜ ନିଜର ମତାମତ ରଖିଥିଲେ ।

hiranchal ad1
Leave A Reply

Your email address will not be published.

six − three =